
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତିତ୍ଲି’ ଉଡି ଚାଲିଗଲା। ଗଜପତି ଆଉ ଗଞ୍ଜାମ୍କୁ ଉଡେଇ କିଲ୍ବିଲ୍ କରିଥିବା ତିତ୍ଲି କିନ୍ତୁ ଟ୍ୱିନ୍ ସିଟିରେ ସେତେଟା କମାଲ୍ ଦେଖାଇ ନ ଥିଲା। ହେଲେ ସିଏ ଯିବା ପରେ ଯେଉଁ ବର୍ଷା ଓଜାଡି ଦେଇ ଗଲା, ସେଥିରେ ବେହାଲ ହେଲାଣୀ ରାଜଧାନୀ ଭୁବନେଶ୍ୱର ଆଉ ଐତିହ୍ୟ ସହର କଟକ।
ବାତ୍ୟାପରେ ମୂଷଳ ବର୍ଷା ଯୋଗୁ ଏବେ ଟୁଇନ୍ ସିଟି ଉବୁଟୁବୁ ହେଉଛି । ଭୁବନେଶ୍ୱରର ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିବାବେଳେ କଟକର ଅବସ୍ଥା ନ କହିଲେ ଭଲ। ଜଳାର୍ଣ୍ଣବ ହୋଇଛି କଟକ ସହରର ପ୍ରମୁଖ ଅଂଚଳ ସହ ବିଭିନ୍ନ ଅଫିସ। କଟକ ପଟାପୋଲ ଅଂଚଳରେ ଘର ଭିତରେ ପାଣି ପଶିଯାଇଛି।
ବଡାନାସି ଥାନା ବି ପାଣି ଘେରରେ। ଅଫିସ ଗୃହ ହେଉ ଅବା ଜେଲ ଗୃହ ଥାନା ଭିତରେ ପାଣି ଢେଉ ଭାଙ୍ଗୁଛି। ବର୍ଷା ଦିନେ ବାରମ୍ବାର ଥାନାରେ ପାଣି ପଶୁଥିବାରୁ କର୍ମଚାରୀଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଥିଲା। ସପଟେ ଖବର ପାଇ ଜିଲ୍ଲାପାଳ ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହ କିଛି ଅଂଚଳରେ ରନ୍ଧାଖାଦ୍ୟ ବାଣ୍ଟିବା ବ୍ୟବସ୍ଥା କରିଥିଲେ ।
ରାଜଧାନୀ ଭୁବନେଶ୍ୱରର ବୈରାଗୀ ନଗର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ରସୁଲଗଡସ୍ଥିତ ପୋଷ୍ଟାଲ କଲୋନୀରେ ମଧ୍ୟ ସ୍ଥିତି ବେହାଲ ହୋଇଛି।
from Odisha Reporter https://ift.tt/2pPyKrf
No comments:
Post a Comment