ଜୁଆ ମାର୍କେଟରେ ବିଜେପି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ଜିତିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଜୁଆ ମାର୍କେଟରେ ବିଜେପି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ଜିତିବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଜେପି କ’ଣ କ୍ରମାଗତ ଭାବେ ୪ର୍ଥ ଥର ପାଇଁ କ୍ଷମତାକୁ ଫେରିବ? କ’ଣ କଂଗ୍ରେସ ଦୀର୍ଘ ୧୫ ବର୍ଷର ବନବାସ ପରେ ପୁଣିଥରେ ମଧ୍ୟପ୍ରଦେଶର ଶାସନ ଭାର ଦଖଲ କରିପାରିବ? ଏମିତି ଅନେକ ପ୍ରଶ୍ନ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ତେବେ ଜୁଆ ମାର୍କେଟ ବିଜେପି ମଧ୍ୟପ୍ରଦେଶରେ କ୍ଷମତାକୁ ପୁଣି ଫେରିବ ବୋଲି ୧୦୦% ମତ ଦେଇଛି। ଯଦି ଜୁଆ ମାର୍କେଟର ଟ୍ରେଣ୍ଡ୍‌ ଉପରେ ଆମେ ନଜର ପକାଇବା ତା’ହେଲେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ଦଖଲ କରିବ।

ଜୁଆ ମାର୍କେଟର ଟ୍ରେଣ୍ଡ୍‌ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ବିଜେପି ଜିତିବ ବୋଲି ୧୦ ହଜାର ଟଙ୍କା ଲଗାଇଥିବ, ତା’ହେଲେ ନିର୍ବାଚନ ପରେ ତାଙ୍କୁ ମାତ୍ର ୧୧ ହଜାର ଟଙ୍କା ମିଳିବ। ଅର୍ଥାତ ବିଜେପି ଜିତିବାର ଅଧିକ ସୁଯୋଗ ଥିବାରୁ ଏଭଳି କମ୍‌ ଟଙ୍କାର ଫାଇଦା ମିଳିବ। ଅନ୍ୟପକ୍ଷରେ କଂଗ୍ରେସ ଯଦି ଜିତେ, ତା’ହେଲେ କଂଗ୍ରେସ ଜିତିବ ବୋଲି ଟଙ୍କା ଲଗାଇଥିବା ବ୍ୟକ୍ତି ଜଣଙ୍କ ଅଧିକ ଲାଭବାନ ହେବ। ଯଦି ଜଣେ ବ୍ୟକ୍ତି କଂଗ୍ରେସ ଜିତିବ ବୋଲି ୪,୪୦୦ ଟଙ୍କାର ବାଜି ଲଗାଇଛି, ତା’ହେଲେ ଦଳ ଜିତିବା ପରେ ବ୍ୟକ୍ତି ଜଣଙ୍କ ୧୦ ହଜାର ଟଙ୍କା ପାଇବେ। ତେଣୁ ଜୁଆ ମାର୍କେଟ ଏଭଳି କଂଗ୍ରେସ ପାଇଁ ଅଧିକ ଟଙ୍କା ରଖିବାର କାରଣ ହେଉଛି, ଦଳ ଏଠାରେ କେବେ ହେଲେ ଜିତି ପାରିବ ନାହିଁ।

କେବଳ ମଧ୍ୟପ୍ରଦେଶ ନୁହେଁ, ଛତିଶଗଡ଼ ଜୁଆ ମାର୍କେଟ ମଧ୍ୟ ବିଜେପି କ୍ଷମତାକୁ ଫେରିବ ବୋଲି କୁହାଯାଇଛି। ମଧ୍ୟପ୍ରଦେଶ ଭଳି ଏଠାରେ ମଧ୍ୟ ବିଜେପି ଉପରେ ଟଙ୍କା ଲଗାଇଥିବା ଲୋକମାନେ କମ୍‌ ମୁନାଫା ପାଇବେ। ହେଲେ କଂଗ୍ରେସ ପାଇଁ ବାଜି ଲଗାଇ ଜିତିଲେ ଅଧିକ ଟଙ୍କା ପାଇବେ।

କିନ୍ତୁ ରାଜସ୍ଥାନରେ ସ୍ଥିତି ପୂରା ଓଲଟା ରହିଛି। କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଜୁଆ ମାର୍କେଟରେ ଟ୍ରେଣ୍ଡ ଚାଲିଛି। କଂଗ୍ରେସ ପାଇଁ ଏଠାରେ କମ୍‌ ଅର୍ଥ ଲାଗିଥିବା ବେଳେ ବିଜେପି ଯଦି ପୁଣି କ୍ଷମତାକୁ ଫେରିବ, ତା’ହେଲେ ଜୁଆ ମାର୍କେଟରେ ଟଙ୍କା ଲଗାଇଥିବା ଲୋକେ ଅଧିକ ଲାଭବାନ ହେବେ।

ମଧ୍ୟପ୍ରଦେଶରେ ନଭେମ୍ବର ୨୮ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ ଏବଂ ରାଜସ୍ଥାନରେ ଡିସେମ୍ବର ୭ରେ ଭୋଟ୍‌ ଗ୍ରହଣ ହେବ।



from Odisha Reporter https://ift.tt/2JiHAqw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages