ପୁରୁଷ ମୂତ୍ରରୁ ତିଆରି ହେଲା ଇଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ପୁରୁଷ ମୂତ୍ରରୁ ତିଆରି ହେଲା ଇଟା

କେପ୍‌ଟାଉନ୍‌: ବିଭନ୍ନ ବର୍ଜ୍ୟ ବସ୍ତୁରୁ ଦରକାରୀ ଉତ୍ପାଦ ପ୍ରସ୍ତୁତି ସମ୍ପର୍କରେ ଆଗରୁ ମଧ୍ୟ ଶୁଣିଥିବେ, ଏଥର କିନ୍ତୁ କଥାଟା ଟିକେ ନିଆରା। ଆଜ୍ଞା ହଁ ମନୁଷ୍ୟ ମୂତ୍ରରୁ ତିଆରି ହୋଇପାରିଛି ଇଟା। ପ୍ରଥମ କରି ଏଭଳି ସମ୍ଭବ ହୋଇଛି ଆଫ୍ରିକାର କିଛି ଛାତ୍ରଛାତ୍ରୀଙ୍କ ଗବେଷଣା ଦ୍ୱାରା। କେପ୍‌ଟାଉନ୍‌ର କିଛି ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପରିସରରୁ ସ୍ୱତନ୍ତ୍ର ଭାବେ ପୁରୁଷ ମୂତ୍ର ସଂଗ୍ରହ କରିଥିଲେ ଏବଂ ବୈଜ୍ଞାନିକ ପ୍ରକ୍ରିୟାରେ ଏଥିରେ ବାଲି ଏବଂ ବ୍ୟାକ୍ଟେରିଆ ମିଶ୍ରଣ କରିଥିଲେ। ଏହି ପ୍ରକ୍ରିୟାରେ ବ୍ୟବସାୟିକ ସାର ପାଇଁ ଜରୁରି ପଟାସିୟମ୍‌ ଏବଂ ନାଇଟ୍ରୋଜେନ୍‌ ମଧ୍ୟ ଉତ୍ପାଦନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକ ଡକ୍ଟର ଡାଇଲନ୍‌ ରାଣ୍ଡାଲ୍‌ଙ୍କ କହିବା ଅନୁଯାୟୀ ଏହି ଉଦାହରଣରୁ ସ୍ପଷ୍ଟ ଯେ କିଛି ବି ବର୍ଜ୍ୟବସ୍ତୁରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିହେବ। ଏପରି ଇଟା ବନାଇବାର କଳ୍ପନା ପ୍ରଥମେ ଆମେରିକାର କିଛି ବୈଜ୍ଞାନିକଙ୍କ ମନକୁ ଆସିଥିଲା। ସିନ୍ଥେଟିକ୍‌ ଉତ୍ପାଦ ଜରିଆରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଥିଲା। କିନ୍ତୁ ୟୁନିଭର୍ସିଟି ଅଫ୍ କେପ୍‌ଟାଉନ୍‌ର ସୁଜାନେ ଲାମ୍ବର୍ଟ ପ୍ରକୃତ ମନୁଷ୍ୟ ମୂତ୍ରରେ ଏହାର ସଫଳ ପ୍ରୟୋଗ କରିପାରିଛନ୍ତି।

ଏହାର ଅଭିନବ ଦିଗଟି ହେଉଛି, ସାଧାରଣ ଇଟା ୧୪୦୦ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପରେ ପ୍ରସ୍ତୁତ ହୁଏ ଯାହାକି ଅଙ୍ଗାରକାମ୍ଲ ଉତ୍ପନ୍ନ କରେ। କିନ୍ତୁ ଜୈବ ଇଟା ଉତ୍ତାପ ଆବଶ୍ୟକ କରେନାହିଁ। ପ୍ରାରମ୍ଭିକ ସ୍ତରରେ ଏଥିରୁ ଆମୋନିଆର ଗନ୍ଧ ବାହାରେ, କିନ୍ତୁ ୪୮ ଘଣ୍ଟା ପରେ ଏହା ଆଉ ରହେନାହିଁ। ମୋଟ ଉପରେ କହିବାକୁ ଗଲେ ଏହା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ।



from Odisha Reporter https://ift.tt/2JiwykY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages