ହକି ବିଶ୍ୱକପ୍‌ କ୍ୟାମ୍ପ: ୩୪ ଜଣିଆ ଦଳରେ ଓଡ଼ିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ହକି ବିଶ୍ୱକପ୍‌ କ୍ୟାମ୍ପ: ୩୪ ଜଣିଆ ଦଳରେ ଓଡ଼ିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଏସିଆନ୍‌ ହକି ଚାମ୍ପିୟନସ୍‌ ଟ୍ରଫି ପୂର୍ବରୁ ହୋଇଥିବା ଜାତୀୟ କ୍ୟାମ୍ପରେ କୌଣସି ଓଡ଼ିଆ ତାରକା ସ୍ଥାନ ପାଇ ନଥିବାରୁ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଆସନ୍ତାକାଲିଠାରୁ ହକି ବିଶ୍ୱକପ୍‌ ପାଇଁ ଆରମ୍ଭ ହେଉଥିବା ଜାତୀୟ କ୍ୟାମ୍ପରେ ଦୁଇ ଓଡ଼ିଆ ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ସାମିଲ କରାଯାଇଛି। ଆଜି ହକି ଇଣ୍ଡିଆ ପକ୍ଷରୁ ବିଶ୍ୱକପ୍‌ କ୍ୟାମ୍ପ ପାଇଁ ଘୋଷଣା ହୋଇଥିବା ୩୪ ଜଣିଆ ଦଳରେ ଏହି ଦୁଇ ଓଡ଼ିଆ ଖେଳାଳିଙ୍କ ନାଁ ରହିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହକି କ୍ୟାମ୍ପ ଓ ବିଶ୍ୱକପ୍‌ ହକି ହେଉଥିଲେ ହେଁ ଏଥିରେ ଓଡ଼ିଶାର ଖେଳାଳିଙ୍କୁ ସାମିଲ ନ କରାଯିବା ଲୋକଙ୍କୁ ଆଘାତ ଦେଇଥିଲା। ବିଶେଷ କରି ହକି ଟିମ୍‌କୁ ଏବେ ରାଜ୍ୟର ସରକାର ସ୍ପନସର କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଓଡ଼ିଆ ଖେଳାଳିଙ୍କୁ ହକି ଇଣ୍ଡିଆ ଅଣଦେଖା କରିବା ଭଳି ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ଏବେ ଦୁଇ ଓଡ଼ିଆ ତାରକାଙ୍କୁ ସାମିଲ କରି ଓଡ଼ିଶାର ହକିପ୍ରେମୀଙ୍କ ମନରେ ପୁଣିଥରେ ଖୁସି ଭରିଛି ହକି ଇଣ୍ଡିଆ।

ଆସନ୍ତାକାଲି ଠାରୁ ୨୩ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ କ୍ୟାମ୍ପ ହେବ। ଏଥିରେ ୩୪ ଜଣ ଯାକ ଖେଳାଳି ଯୋଗଦେବେ। ଏହି କ୍ୟାମ୍ପରୁ ହିଁ ହକି ବିଶ୍ୱକପ୍‌ ପାଇଁ ଟିମ୍‌ ବଛା ଯିବ।

ଏ ସମ୍ପର୍କରେ ସୂଚନା ଦେଇ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର କହିଛନ୍ତି, “ବିଶ୍ୱକପ୍‌ ପୂର୍ବରୁ ଆମ ଦଳ ଏସିଆନ୍‌ ଚାମ୍ପିୟନସ୍‌ ଟ୍ରଫିରେ ପ୍ରାକ୍ଟିସ ପାଇଁ ଭଲ ସୁଯୋଗ ପାଇଥିଲା। ତେବେ ବର୍ତ୍ତମାନ ଆମେ ଆହୁରି କେମିତି ଭଲ ଖେଳ ପ୍ରଦର୍ଶନ କରିବୁ, ତା’ ଉପରେ ଗୁରୁତ୍ୱ ଦେଉଛୁ। ଏହି କ୍ୟାମ୍ପ ହିଁ ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନକୁ ସାହାଯ୍ୟ କରିବ।

୩୪ ଜଣ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଚୂଡ଼ାନ୍ତ ଦଳରେ ସାମିଲ ହେବାର ଏହା ଶେଷ ସୁଯୋଗ। ତେଣୁ ଆମେ ଏହି ୨୩ ଦିନିଆ କ୍ୟାମ୍ପରେ ଅନେକ କିଛି କରିବୁ।”

କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ହକି ଡିସେମ୍ବର ୧୬ ଯାଏ ଚାଲିବ।

ବିସ୍ତୃତ ସୂଚନା ଅନୁଯାୟୀ, ଏହି ୩୪ ଜଣିଆ ଦଳରେ ୩ ଜଣ ଗୋଲ କିପର୍‌ ରହିଛନ୍ତି। ସେମାନେ ହେଲେ ପି ଆର୍‌ ଶ୍ରୀଜେସ, ସୁରଜ କେରକେରା ଓ କ୍ରିଷ୍ଣ ପାଠକ। ସେହିପରି ଗତ କ୍ୟାମ୍ପରୁ ବାଦ୍‌ ପଡ଼ିଥିବା ଦୁଇ ଓଡ଼ିଆ ତାରକାଙ୍କ ସମେତ ଏସ୍‌ଭି ସୁନୀଲ, ରୁପିନ୍ଦର ପାଲ ସିଂହ ଓ ରମଣଦୀପ ସିଂହଙ୍କୁ ମଧ୍ୟ ଏଥର କ୍ୟାମ୍ପରେ ସାମିଲ କରାଯାଇଛି।



from Odisha Reporter https://odishareporter.in/uncategorized/two-odisha-hockey-stars-to-feature-in-23-day-hockey-camp-for-selection-of-the-final-world-cup-team-295492

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages