ଶୋଏବ ଓ ସାନିଆଙ୍କ ପୁତ୍ର ସନ୍ତାନଙ୍କୁ ମିଳିବନି ପାକିସ୍ତାନ ନାଗରିକତ୍ୱ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଶୋଏବ ଓ ସାନିଆଙ୍କ ପୁତ୍ର ସନ୍ତାନଙ୍କୁ ମିଳିବନି ପାକିସ୍ତାନ ନାଗରିକତ୍ୱ!

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଏକ ପୁତ୍ର ସନ୍ତାନର ବାପା ମା’ ହୋଇଥିବା ପାକିସ୍ତାନ କ୍ରିକେଟର୍‌ ଶୋଏବ ମାଲିକ ଓ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୋଏବ ଓ ସାନିଆଙ୍କ ପୁତ୍ର ସନ୍ତାନଙ୍କୁ ପାକିସ୍ତାନ ସରକାର ନାଗରିକତ୍ୱ ପ୍ରଦାନ କରିବେ ନାହିଁ ବୋଲି ପାକ୍‌ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପୁତ୍ର ସନ୍ତାନର ନାଁ ଇଜହାନ୍‌ ମିର୍ଜା–ମାଲିକ ରଖିଥିବା ଶୋଏବ ଓ ସାନିଆ ଏ ସମ୍ପର୍କରେ ଖବର ପାଇଥିଲେ ହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫେଡରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏଫ୍‌ଆଇଏ) ପକ୍ଷରୁ କୁହାଯାଇଛି “ପାକିସ୍ତାନର ପାସପୋର୍ଟ ଓ ଇମିଗ୍ରେସନ୍‌ ଆଇନ୍‌ ଅନୁଯାୟୀ ଜଣେ ଭାରତୀୟ ନାଗରିକଙ୍କୁ ଆମ ଦେଶରେ ନାଗରିକତ୍ୱ ପ୍ରଦାନ କରାଯାଇ ପାରିବ ନାହିଁ। ତଥାପି ପାକିସ୍ତାନ ୧୯ଟି ଦେଶ ସହ ଦ୍ୱୈତ ନାଗରିକତ୍ୱ ପାଇଁ ଚୁକ୍ତି କରିଛି। ହେଲେ ଭାରତ ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ଆସୁନାହିଁ। ସେହିପରି ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର୍‌ ଶୋଏବ ମାଲିକଙ୍କୁ ବିବାହ କରିଥିଲେ ମଧ୍ୟ ଆଜି ଯାଏ ଭାରତୀୟ ନାଗରିକତ୍ୱକୁ ପ୍ରତ୍ୟାହାର କରିନାହାନ୍ତି। ତେଣୁ ଏପରି ସ୍ଥିତିରେ ସେମାନଙ୍କ ପୁଅକୁ କେମିତି ନାଗରିକତ୍ୱ ପ୍ରଦାନ କରାଯିବ?”

୬ଥର ଗ୍ରାଣ୍ଡସ୍ଲାମ ବିଜେତା ସାନିଆ ମିର୍ଜା ଦୁଇ ଦିନ ତଳେ ହାଇଦ୍ରାବାଦ୍‌ର ରେନବୋ ହସ୍ପିଟାଲ୍‌ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ୨୦୧୦ ମସିହା ଏପ୍ରିଲ ୧୨ରେ ଶୋଏବଙ୍କୁ ପାରମ୍ପରିକ ହାଇଦ୍ରାବାଦ ମୁସଲିମ୍‌ ନିୟମ ଅନୁଯାୟୀ ବିବାହ କରିଥିଲେ।

ସେପ୍ଟମ୍ବର ମାସରେ ଶୋଏବ କହିଥିଲେ, “ଆମ ଛୁଆ ନା ପାକିସ୍ତାନୀ ନା ହିନ୍ଦୁସ୍ତାନୀ। ମୋ ପାଇଁ ନାଗରିକତ୍ୱ କୌଣସି ଗୁରୁତ୍ୱ ରଖେନାହିଁ। ସେହିପରି ମୋ ଛୁଆର ନାଁକୁ ମିର୍ଜା ଓ ମାଲିକ ରଖା ଯିବ।”



from Odisha Reporter https://ift.tt/2ACtg9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages