ନିଷ୍ଫଳ ହେଲା ସରକାରଙ୍କ ତୈଳ ରିହାତି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ନିଷ୍ଫଳ ହେଲା ସରକାରଙ୍କ ତୈଳ ରିହାତି!

ନୂଆଦିଲ୍ଲୀ: କ୍ରମାଗତ ୧୦ମ ଦିନ ପାଇଁ ଡିଜେଲ୍‌ ଦର ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ଯୋଗୁ କେନ୍ଦ୍ର ସରକାର ତୈଳଦର ଉପରେ ଘୋଷଣା କରିଥିବା ରିହାତି (ଡିଜେଲ ପାଇଁ) ଏକ ପ୍ରକାରର ନିଷ୍ଫଳ ହୋଇଯାଇଛି। କାରଣ ୧୦ ଦିନ ମଧ୍ୟରେ ଡିଜେଲ୍‌ ଦର ୨.୫୧ ଟଙ୍କା ବୃଦ୍ଧି ଘଟିଛି। ଅର୍ଥାତ ପୂର୍ବପରି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି।

କେନ୍ଦ୍ର ସରକାର ଅକ୍ଟୋବର ୫ରୁ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ୧.୫୦ ଟଙ୍କା ଛାଡ଼ କରିଥିଲେ। ସେହିପରି ତୈଳ କମ୍ପାନୀଙ୍କୁ ୧ ଟଙ୍କା ଲେଖାଏ ରିହାତି ଦେବାକୁ କହିଥିଲେ। ତେଣୁ ତୈଳଦର ୨.୫୦ ଟଙ୍କା ଶସ୍ତା ହୋଇଥିଲା। କିନ୍ତୁ ସରକାରଙ୍କ ଘୋଷଣା ସତ୍ତ୍ୱେ ଅକ୍ଟୋବର ୫ରୁ ହିଁ ତୈଳଦର ବୃଦ୍ଧି ଘଟିବାରେ ଲାଗିଛି।

ଆଜି ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର୍‌ ପିଛା ଦର ନିୟନ୍ତ୍ରଣ ଭିତରେ ରହିଥିଲେ ହେଁ ଡିଜେଲର୍‌ର ଲିଟର୍‌ ପିଛା ଦର ୮ ପଇସା ମହଙ୍ଗା ହୋଇଛି। ଏହି ବୃଦ୍ଧି ପରେ ଗତ ୧୦ ଦିନ ମଧ୍ୟରେ ଡିଜେଲ୍‌ର ଲିଟର୍‌ ପିଛା ଦର ୨.୫୧ ଟଙ୍କା ବୃଦ୍ଧି ଘଟିଛି।

ଅକ୍ଟୋବର ୪ରେ ଦିଲ୍ଲୀରେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୫.୪୫ ରହିଥିବା ବେଳେ ଆଜି ଏହା ୭୫.୪୬ ଟଙ୍କାରେ ପହଞ୍ଚିଛି। ଅର୍ଥାତ ସରକାରଙ୍କ ୨.୫୦ ରିହାତି ପରେ ମଧ୍ୟ ୧୦ ଦିନ ମଧ୍ୟରେ ଡିଜେଲ୍‌ ୧ ପଇସା ମହଙ୍ଗା ହୋଇଛି।

ସେହିପରି ପେଟ୍ରୋଲର୍‌ ଲିଟର୍‌ ପିଛା ଦର ଅକ୍ଟୋବର ୪ରୁ ଆଜି ମଧ୍ୟରେ ୧.୨୨ ଟଙ୍କା ମହଙ୍ଗା ହୋଇଛି। ଅକ୍ଟୋବର ୪ରେ ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର୍‌ ପିଛା ଦର ୮୪ ଟଙ୍କା ଥିବା ବେଳେ ସରକାର ୨.୫୦ ଟଙ୍କାର ରିହାତି ଦେଇଥିଲେ। କିନ୍ତୁ ଏବେ ଏହା ୮୨.୭୨ ଟଙ୍କା ରହିଛି।

ଦିଲ୍ଲୀରେ ଡିଜେଲ୍‌ର ଲିଟର୍‌ ପିଛା ଦର ୨.୫୧ ବଢ଼ିଥିଲେ ହେଁ ଅନ୍ୟ ରାଜ୍ୟ ଗୁଡ଼ିକରେ ଦର ନିୟନ୍ତ୍ରଣାଧୀନ ରହିଛି। ଯେଉଁ ସବୁ ରାଜ୍ୟରେ ସରକାରମାନେ କେନ୍ଦ୍ରର ଆହ୍ୱାନ କ୍ରମେ ୨.୫୦ ଟଙ୍କା ଭ୍ୟାଟ୍‌ ଛାଡ଼ିଥିଲେ, ସେସବୁ ରାଜ୍ୟରେ ଉଭୟ ଡିଜେଲ୍‌ ଓ ପେଟ୍ରୋଲ୍‌ର ଦର ଅକ୍ଟୋବର ୪ ତୁଳନାରେ ଯଥେଷ୍ଟ କମ୍‌ ରହିଛି।

ମୁମ୍ବାଇରେ ଡିଜେଲ୍‌ର ଲିଟର୍‌ ପିଛା ଦର ବର୍ତ୍ତମାନ ୭୯.୧୧ ରହିଛି। କିନ୍ତୁ ଅକ୍ଟୋବର ୪ରେ ଏହା ୮୦.୧୦ ଟଙ୍କା ଥିଲା। ପେଟ୍ରୋଲ୍‌ ଦରରେ ମଧ୍ୟ ଆଶାତୀତ ହ୍ରାସ ଘଟିଛି। ଅକ୍ଟୋବର ୪ରେ ମୁମ୍ବାଇରେ ପେଟ୍ରୋଲ୍‌ ଦର ୯୧.୩୪ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୮୮.୧୮ ଟଙ୍କା ରହିଛି।

ଯେଉଁ ରାଜ୍ୟରେ ସରକାରମାନେ କେନ୍ଦ୍ର କଥାରେ ଭ୍ୟାଟ୍‌ ଛାଡ଼ି ନଥିଲେ, ସେଠାରେ ଏବେ ପୁଣି ମହଙ୍ଗା ସ୍ଥିତି ଉପୁଜିଛି।



from Odisha Reporter https://ift.tt/2QPpK0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages