
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାତ୍ୟା ‘ତିତ୍ଲି’ ଆସିବ। ପାଣିପାଗ ବିଭାଗର ପରାମର୍ଶରେ ସତର୍କ ହେଲେ ରାଜ୍ୟ ସରକାର। ଏପରିକି ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତିତ୍ଲି’ ସମୀକ୍ଷା କରି ‘ଜିରୋ କାଜୁଆଲ୍ଟି’ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ତାଙ୍କ ନିର୍ଦ୍ଦେଶକୁ ମାନି ରାତାରାତି ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଦେଇ ଚୁପ୍ ବସିଗଲେ ଅଧିକାରୀ। ସେପଟେ ‘ତିତ୍ଲି’ ଆସିଲା, ଆଉ ତାଣ୍ଡବ ରଚନା କରି ଚାଲିଗଲା। ବନ୍ୟାରେ ଗଜପତି ଜିଲ୍ଲାରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ନେତା ଓ ଅଧିକାରୀ କହୁଛନ୍ତି ‘ଜିରୋ କାଜୁଆଲ୍ଟି’ ହୋଇଛି।
ପାହାଡ଼ ଧସି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ଆଉ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। କଇଁପୁର ପଞ୍ଚାୟତରେ ପାହାଡ଼ ଧସି ୧୫ ଜଣ ନିଖୋଜ ହୋଇଥିଲେ। ଏ ପର୍ଯ୍ୟନ୍ତ ନିଖୋଜ ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଛି।
ସେହିପରି ଲକ୍ଷ୍ମୀପୁରରେ ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଠାବ ହୋଇଥିବା ବେଳେ ଗଣ୍ଡାହାତୀରେ ୨ ଓ ଲାଇଲାଇରେ ୨ ଜଣ ନିଖୋଜ ଅଛନ୍ତି। ମୋହନାରେ ମଧ୍ୟ ୨ ଜଣ ନିଖୋଜ ଥିବା ଖବର ଆସିଛି।
ନିଖୋଜ ଓ ମୃତ୍ୟୁକୁ ସଂପର୍କରେ କଇଁପୁରର ‘ପଞ୍ଚାୟତ ନିର୍ବାହୀ ଅଧିକାରୀ’ (ପିଇଓ) ଏବଂ ସରପଞ୍ଚ ସୂଚନା ଦେଇଛନ୍ତି।
ପୂର୍ବରୁ ଗଙ୍ଗାବାଡ଼ରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ୱୀକାର କରିଥିଲା।
from Odisha Reporter https://ift.tt/2OXxtN6
No comments:
Post a Comment