
ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଏକ ପରିତ୍ୟକ୍ତ ଇଟାଭାଟି ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ବାପ-ପୁଅ ବୋଲି ଜଣାପଡ଼ିଛି।
ମୃତଦେହ ପାଖରୁ ପୁଲିସ୍ ଏକ ଘାସ ମରା ବିଷ ବୋଲତ ପାଇଛି। ଏଥିରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ମୃତକମାନେ ପୋଡ଼ମୁଣ୍ଡୀର ମୋହନ ଭୈସାଲ ଏବଂ ତାଙ୍କ ପୁଅ ଅନାଦୀ ଭୈସାଲ।
ଆଜି ସକାଳେ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ମୃତଦେହ ଦୁଇଟିକୁ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ମୃତକଙ୍କ ପରିବାର ସେମାନଙ୍କୁ ଚିହ୍ନଟ କରିଥିଲେ।
ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଲାଗୁଥିଲେ ମଧ୍ୟ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ବାଙ୍କିବାହାଲଠାରୁ ପୋଡ଼ମୁଣ୍ଡୀର ଦୂରତା ଅଧିକ ହୋଇଥିବାରୁ ଏମାନେ ଏତେ ଦୂର ଆସି ଆତ୍ମହତ୍ୟା କରିବାକୁ ପୁଲିସ୍ ଗ୍ରହଣ କରିପାରୁନାହିଁ। ଏମାନେ ନିଜେ ଆସି ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରିବା ପରେ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରୁଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
from Odisha Reporter https://ift.tt/2Cs293k
No comments:
Post a Comment