ମାଲେଗାଓଁ ବିସ୍ଫୋରଣ: କର୍ଣ୍ଣେଲ ପୁରୋହିତଙ୍କୁ ଏନ୍‌ଆଇଏ କୋର୍ଟ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ମାଲେଗାଓଁ ବିସ୍ଫୋରଣ: କର୍ଣ୍ଣେଲ ପୁରୋହିତଙ୍କୁ ଏନ୍‌ଆଇଏ କୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ତଦନ୍ତ ଚାଲୁ ରଖିବା ସହ ଆତଙ୍କୀ ଷଡ଼ଯନ୍ତ୍ର ଓ ହତ୍ୟା ଭଳି ସିଙ୍ଗନ୍‌ ଦଫା ଲଗାଇବାକୁ ଆଜି ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ଅନୁମତି ଦେଇଛନ୍ତି। ଏହି ମାମଲାରେ ଫସିଥିବା ଲେଫଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ଏଭଳି ତଦନ୍ତ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ହେଁ କୋର୍ଟ ବର୍ତ୍ତମାନ ସ୍ଥିତିରେ ଏହାକୁ ଖାରଜ କରିଦେଇଛନ୍ତି।

ଗତକାଲି ବମ୍ୱେ ହାଇକୋର୍ଟ ମଧ୍ୟ ତଦନ୍ତ ପାଇଁ ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖିବା ସହ ପୁରୋହିତଙ୍କ ଆବେଦନକୁ ନାକଚ କରିଦେଇଥିଲେ। ପୁରୋହିତଙ୍କ ସମେତ ଅନ୍ୟ ୬ ଜଣଙ୍କ ନାଁରେ ମଧ୍ୟ ଉପରୋକ୍ତ ଦଫାରେ ତଦନ୍ତ କରିବାକୁ କୋର୍ଟ କହିଛନ୍ତି।

ବିଚାରପତି ଜଷ୍ଟିସ୍‌ ଏସ୍‌ଏସ୍‌ ସିନ୍ଧେ ଓ ଜଷ୍ଟିସ୍‌ ଏଏସ୍ ଗଡ଼କରୀଙ୍କ ଖଣ୍ଡପୀଠ ଏଭଳି ରୁଲିଂ ଦେଇଛନ୍ତି। ତେବେ କର୍ଣ୍ଣେଲ ପୁରୋହିତଙ୍କ ଆବେଦନ ସମ୍ପର୍କରେ ଆସନ୍ତାମାସରେ ଶୁଣାଣି ହେବେ ବୋଲି ଖଣ୍ଡପୀଠ ରାଜି ହୋଇଛନ୍ତି। ପ୍ରସ୍ୟୁକ୍ୟୁସନ୍ ଅଣ୍ଡର ଦି ଅନ୍‌ଲଫୁଲ୍‌ ଆକ୍ଟିଭିଟିଚ୍ (ୟୁଏପିଏ) ଆଇନ୍‌ ଅନୁସାରେ ତାଙ୍କ ନାଁରେ ଦଫା ଲଗାଇବାକୁ ସେ ବିରୋଧ କରି ଏଭଳି ନିବେଦନ କରିଥିଲେ।

ଖଣ୍ଡପୀଠ ନଭେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଥିବା ବେଳେ ଏସମ୍ପର୍କରେ ମତ ରଖିବାକୁ ଏନ୍ଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୦୮ ମସିହା ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରରର ମାଲେଗାଓଁଠାରେ ଥିବା ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଏହି ମାମଲାରେ ପୁରୋହିତଙ୍କ ବ୍ୟତୀତ ପ୍ରଜ୍ଞା ସିଂହ ଠାକୁର, ମେଜର(ଅବସର ପ୍ରାପ୍ତ) ରମେଶ ଉପାଧ୍ୟାୟ, ସମୀର କୁଲକର୍ଣ୍ଣୀ, ଅଜୟ ରାହିରକର, ସୁଧାକର ଦ୍ୱିବେଦୀ ଓ ସୁଧାକର ଚର୍ତୁବେଦୀ ଅଭିଯୁକ୍ତ ରହିଛନ୍ତି।



from Odisha Reporter https://ift.tt/2zfvVnJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages