ଟ୍ରାଫିକ୍‌ ଜାମ୍‌ ଯୋଗୁ ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଟ୍ରାଫିକ୍‌ ଜାମ୍‌ ଯୋଗୁ ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲା ଜୀବନ

ଜାକର୍ତ୍ତା: ଟୋଲ୍‌ ଗେଟ୍‌ରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ବିମାନ ଧରି ପାରିଲେ ନାହିଁ। ତେବେ ଏହି ଟ୍ରାଫିକ୍‌ ଜାମ୍‌ ତାଙ୍କ ଜୀବନକୁ ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଛି। କାରଣ ସେ ଚଢ଼ି ପାରି ନ ଥିବା ସେହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିବା ଯୋଗୁ ସେଥିରେ ଥିବା ସମସ୍ତ ୧୮୯ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ଆମେ କହୁଛୁ, ଇଣ୍ଡୋନେସିଆର ଲାୟନ୍‌ ବୋଇଂ ୩୭୭ ମ୍ୟାକ୍ସ ଏୟାର ପ୍ଲେନ୍‌ର ଦୁର୍ଘଟଣାରୁ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଥିବା ସେଠାକାର ଜଣେ ସରକାରୀ କର୍ମଚାରୀଙ୍କ କଥା।

ଇଣ୍ଡୋନେସିଆ ଅର୍ଥ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ସନି ସେଟିୱାନ୍‌ ପ୍ରତି ସପ୍ତାହର ସୋମବାର ଭୋର୍‌ରୁ ଜାକର୍ତ୍ତାରୁ ଏହି ବିମାନ ଧରିଥା’ନ୍ତି। ଏଥିପାଇଁ ସେ ସୋମବାର ଭୋର୍ ପ୍ରାୟ ୩ଟା ସୁଦ୍ଧା ସବୁବେଳେ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିଥା’ନ୍ତି। ଦୁର୍ଘଟଣା ଦିନ କିନ୍ତୁ ସନି ପ୍ରାୟ ସାଢ଼େ ୩ ଘଣ୍ଟା ବିଳମ୍ବ ଅର୍ଥାତ୍‌ ସକାଳ ୬ଟା ୨୦ ମିନିଟ୍‌ରେ ଏୟାର୍‌ପୋର୍ଟ୍‌ରେ ପହଞ୍ଚିଥିଲେ। ଆଉ ସେତେବେଳକୁ ବିମାନଟି ଉଡ଼ାଣ ଭରି ସାରିଥିଲା।

ସନିଙ୍କ କହିବା ଅନୁଯାୟୀ, ସେ ଆସୁଥିବା ରାସ୍ତାର ଏକ ଟୋଲ୍‌ ଗେଟ୍‌ ନିକଟରେ ଟ୍ରାଫିକ୍‌ ଜାମ୍‌ ହୋଇଥିବା ଯୋଗୁ ତାଙ୍କର ଏହି ବିଳମ୍ବ ହୋଇଥିଲା। ଆଉ ସେ ବିମାନବନ୍ଦରରେ ପହଞ୍ଚିବାର କିଛି ମୁହୂର୍ତ୍ତ ପୂର୍ବରୁ ବିମାନଟି ଉଡ଼ାଣ ଭରି ସାରିଥିଲା।

ତେବେ ‘ରଖେ ହରି ମାରେ କିଏ’ ନ୍ୟାୟରେ ସୋମବାର ଏହି ଅହେତୁକ ବିଳମ୍ବ ଯେ ତାଙ୍କ ଜୀବନ ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ବିମାନ ଦୁର୍ଘଟଣା ଖବର ପାଇବା ପରେ ସେ ଅନୁଭବ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରେ ସନିଙ୍କ କିଛି ବନ୍ଧୁ(ସରକାରୀ କର୍ମଚାରୀ)ମଧ୍ୟ ଯାତ୍ରା କରୁଥିଲେ।

ସୂଚନାଯୋଗ୍ୟ, ବିମାନଟିରେ ୧୭୮ ଜଣ ବୟସ୍କ, ଜଣେ ଶିଶୁ, ୨ ନବଜାତଙ୍କ ସମେତ ୨ ଜଣ ପାଇଲଟ୍‌ ଓ ୬ ଜଣ କ୍ୟାବିନ୍‌ କ୍ରୁ ଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଇଣ୍ଡୋନେସିଆର ୨୩ ଜଣ ସରକାରୀ କର୍ମଚାରୀ ଥିଲେ।

ଜାଭା ସମୁଦ୍ରରେ ବିମାନର ଧ୍ୱଂସାବଶେଷ ମିଳିଥିଲେ ହେଁ ଯାତ୍ରୀ, ପାଇଲଟ୍‌ ଓ ଅନ୍ୟମାନଙ୍କ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପରେ ବିମାନଟି ଜଳପତନରୁ ପ୍ରାୟ ୩୫ ମିଟର୍‌ ଗଭୀର ସମୁଦ୍ରକୁ ଖସି ପଡ଼ିଥିଲା।

ଏହି ବିମାନଟିକୁ ଭାରତୀୟ ପାଇଲଟ୍‌ ତଥା ଦିଲ୍ଲୀର ଭବ୍ୟ ସୁନେଜା ଚଳାଉଥିଲେ।



from Odisha Reporter https://ift.tt/2CP931M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages