ଆନ୍ଦୋଳନରୁ ଓହରିଲା ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଆନ୍ଦୋଳନରୁ ଓହରିଲା ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନରୁ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଓହରିଛି। ତେବେ ସାମ୍ମୁଖ୍ୟର ସଦସ୍ୟମାନେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ କାର୍ଯ୍ୟରେ ଯୋଗଦେବେ।

ଅନ୍ୟପଟେ ଏହି ଘଟଣାରେ ହାଇକୋର୍ଟ ବାର୍‌ ଆସୋସିଏସନ୍ ଉପ ସଭାପତି ବଂଶୀଧର ଶତପଥୀ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଆବାହକ ମିଲନ କାନୁନଗୋ ଏହି ସୂଚନା ଦେଇଛନ୍ତି।

ଓକିଲ-ପୁଲିସ୍ ବିବାଦକୁ ନେଇ ଚାଲିଥିବା ଆଇନଜୀବୀ ଆନ୍ଦୋଳନ ଜାରି ରଖିବାକୁ ଗତକାଲି ଓକିଲ ସଂଘ ନିଷ୍ପତ୍ତି ନେଇଥିଲା। ଗତକାଲିର ନିଷ୍ପତ୍ତି ପରେ ଆଜି ଆନ୍ଦୋଳନରୁ ଓହରି ଯାଇଛି ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ। ପାଖାପାଖି ଦୁଇ ମାସ ହେବ ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ଅଚଳ ହୋଇ ପଡିଛି।

ତେବେ ଆନ୍ଦୋଳନରୁ ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟ ଓହରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଂପାଦକ ସତ୍ୟବ୍ରତ ମହାନ୍ତି। ସେ କହିଛନ୍ତି-“ବାସ୍ତବରେ ଏପର୍ଯ୍ୟନ୍ତ ମୋ ପାଖରେ କୌଣସି ଅଫିସିଆଲ୍‌ ତଥ୍ୟ ନାହିଁ। ଯାହା ବି ଶୁଣିବାକୁ ପାଉଛୁ କେବଳ ଗଣମାଧ୍ୟମରୁ। ଯଦି ଏହା ସତ ହୋଇଥିବ, ତାହାହେଲେ ଦୁର୍ଭାଗ୍ୟଜନକ।”

ସେପଟେ କିଛି ଆଇନଜୀବୀ ହାଇକୋର୍ଟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।



from Odisha Reporter https://ift.tt/2CJgBmQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages