
କଟକ(ଓଡ଼ିଶା ରିପୋର୍ଟର): ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ ପରିସରରେ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ତଥା ଜାମିନଯୁକ୍ତ ମାମଲା ଗୁଡ଼ିକର ବିଚାର କରି ସବୁ ନିୟମକୁ କଡାକଡି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟ କାର୍ଯ୍ୟଦିବସର ସମୟ ଅନୁଯାୟୀ କ୍ୟାମ୍ପ କୋର୍ଟ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ହାଇକୋର୍ଟ। ସେପଟେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ବିଜେଡି ଆଇନ୍ଜୀବୀ ସାମ୍ମୁଖ୍ୟ।
from Odisha Reporter https://ift.tt/2z5CARx
No comments:
Post a Comment