
ମୁମ୍ବାଇ: ବିଗ୍ବସ୍ ସିଜିନ୍-୧୨ରେ ଏଥର ବିଚିତ୍ର ଯୋଡ଼ି କନ୍ସେପ୍ଟ ଅଛି। ଶୋ’କୁ ଦୀପକ ଠାକୁର ଓ ଉର୍ବଶୀ ୱାନୀ ସେଲିବ୍ରିଟି-ଫ୍ୟାନ୍ ଯୋଡ଼ି ଭାବେ ଏଣ୍ଟ୍ରି କରିଛନ୍ତି। ତେବେ ଏହି ଦୁଇଜଣଙ୍କ ଭିତରେ କେବଳ ଫ୍ୟାନ୍-ସେଲିବ୍ରିଟିର ସମ୍ପର୍କ ଅଛି ନା ଆଉ କ’ଣ, ତାହା ଏ ଯାଏ ସାମ୍ନାକୁ ଆସିନାହିଁ।
କିଛିଦିନ ହେଲା, ସୋଶାଲ ମିଡିଆରେ ଉର୍ବଶୀଙ୍କର ଜଣେ ଯୁବକଙ୍କ ସହ ଏକ ଫଟୋ ଭାଇରାଲ ହୋଇଛି। ଦେଖିଲେ ଲାଗୁଛି ଯେପରି ଉର୍ବଶୀ ଓ ଫଟୋରେ ଥିବା ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ଅଫେୟାର୍ ଚାଲିଛି। ସେମାନେ ପରସ୍ପର ସହ ରୋମାଣ୍ଟିକ୍ ପୋଜ୍ ଦେଉଥିବାର ମଧ୍ୟ ଦେଖାଯାଇଛି। ତେବେ ଅନୁମାନ କରାଯାଉଛି, ଉର୍ବଶୀ ଏହି ବ୍ୟକ୍ତି ଜଣଙ୍କୁ ଡେଟ୍ କରୁଛନ୍ତି। ଭାଇରାଲ୍ ଫଟୋରେ ଥିବା ଯୁବକଙ୍କ ନାଁ ଶୁଭମ୍ ଗୁପ୍ତା।
‘ବିଗ୍ ବସ୍’ର ଗ୍ରାଣ୍ଡ୍ ପ୍ରିମିୟର୍ ଦିନ ଉର୍ବଶୀ କହିଥିଲେ ଯେ ଦୀପକଙ୍କ ପାଇଁ ତାଙ୍କ ମନରେ କିଛି ଫିଲିଂସ୍ ଅଛି। ସମୟ ଆସିଲେ, ସେ ନିଜ ପ୍ରେମକୁ ପରିପ୍ରକାଶ କରିବେ। ହେଲେ ଶୋ’ରେ ଉଭୟଙ୍କ ମଧ୍ୟରେ ଅଫେୟାର ଥିଲା ଭଳି ସେମିତି କିଛି ଲାଗୁନାହିଁ। ସେମାନେ ପରସ୍ପରର ଭଲ ବନ୍ଧୁ ଭଳି ଜଣାପଡ଼ୁଛନ୍ତି। ‘ବିଗ୍ ବସ୍’ ଘରେ ଥିବା ଏହି ଯୋଡ଼ିଙ୍କ ଭିତରୁ ଉର୍ବଶୀ ଦୁର୍ବଳ ଓ ଦୀପକ୍ ଷ୍ଟ୍ରଙ୍ଗ୍ ପ୍ରତିଯୋଗୀ ତାଲିକାରେ ଅଛନ୍ତି।
from Odisha Reporter https://ift.tt/2QrJ30c
No comments:
Post a Comment