ତିତ୍‌ଲି ପାଇଁ କଂଗ୍ରେସ ଖୋଲିଲା ଇମର୍ଜେନ୍ସି ପ୍ରକୋଷ୍ଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ତିତ୍‌ଲି ପାଇଁ କଂଗ୍ରେସ ଖୋଲିଲା ଇମର୍ଜେନ୍ସି ପ୍ରକୋଷ୍ଠ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟାର ରୂପ ନେଇଥିବା ‘ତିତଲି’କୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ୨୪ ଘଣ୍ଟିଆ ‘ଇର୍ମଜେନ୍ସି ହେଲ୍‌ପ ସେଲ୍’ ବା ଜରୁରୀକାଳନୀ ସେବା ପ୍ରକୋଷ୍ଠ ଖୋଲାଯାଇଛି । ଆଜି ଏ ସମ୍ପର୍କରେ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠ କାର୍ଯ୍ୟକ୍ଷମ ରହିବ ।

ବାତ୍ୟା ପାଇଁ କଂଗ୍ରେସ ଦଳ ପକ୍ଷରୁ ଖୋଲାଯାଇଥିବା ଜରୁରୀକାଳୀନ ସେବା ପ୍ରକୋଷ୍ଠ ପାଇଁ ପଦାଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ମୋବାଇଲ ନମ୍ବର ଜାରି କରାଯାଇଛି । ସାଧାରଣ ଲୋକମାନଙ୍କର ଆପତ୍ତି, ଅଭିଯୋଗ ଓ ପରାମର୍ଶକୁ ଆଧାର କରି କଂଗ୍ରେସ ଦଳ ପ୍ରଭାବିତ ଲୋକଙ୍କ ସମସ୍ୟାର ନିରାକରଣ ଲାଗି ଯଥାସମ୍ଭବ ସହଯୋଗ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ପ୍ରକୋଷ୍ଠର ସଂଯୋଜକ ଭାବେ ପିସିସି ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ସହସଂଯୋଜକ ଭାବେ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ, ରଵୀଦ୍ର ଆଚାର୍ଯ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଓ ଲିଙ୍ଗରାଜ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି ।



from Odisha Reporter https://ift.tt/2ytOSTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages