ମଞ୍ଚରେ ମା’ଙ୍କ ସ୍ୱର ଶୁଣି କାନ୍ଦିଲେ ଅମିତାଭ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ମଞ୍ଚରେ ମା’ଙ୍କ ସ୍ୱର ଶୁଣି କାନ୍ଦିଲେ ଅମିତାଭ !

ମୁମ୍ବାଇ: ଶୀର୍ଷକ ପଢ଼ି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବୁଥିବେ ବଲିଉଡ୍‌ର ବିଗ୍‌ ବି ଅମିତାଭଙ୍କ ମା’ କେବେଠାରୁ ସ୍ୱର୍ଗାରୋହଣ କଲେଣି। ସେ କେମିତି ଆସି କ’ଣ ଏମିତି କହିଲେ ଯେ, ଅମିତାଭଙ୍କ ଆଖି ଜକେଇଗଲା। ହଁ ଆପଣଙ୍କ ଅନୁମାନ ସତ ହୋଇ ନ ପାରେ କିନ୍ତୁ ସତ ଭଳି। କାରଣ ଅମିତାଭ୍‌ଙ୍କ ସହ ସେମିତି ଘଟଣା ଘଟିଛି।  ଏଥର ଆମେ ପୂରା ଖବରକୁ ଆସୁଛେ।

ନିକଟରେ କୌନ୍‌ବନେଗା କରୋଡ଼ପତି ମଞ୍ଚରେ ଅମିତାଭ୍‌ ବଚ୍ଚନଙ୍କ ଜନ୍ମଦିନକୁ ଆଗୁଆ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏନେଇ ସୋନି ଟିଭିର ଶୋସାଲ୍‌ ମିଡିଆ ଆକାଉଣ୍ଟରେ  ଦୁଇଟି ଭିଡିଓ ରିଲିଜ୍‌ କରାଯାଇଛି। ଏହି ଦୁଇଟି ଭିଡିଓରେ ଅମିତାଭ ଭାବବିହୋଳ ନଜରରେ ଆସିଥିବା ଦେଖାଯାଇଛି। କେବିସିର ଏହି ଖାସ୍‌ ଏପିସୋଡ୍‌ ଅକ୍ଟୋବର ୧୧ରେ ଟେଲିକାଷ୍ଟ କରାଯିବ। ଭିଡିଓରେ ଅମିତାଭଙ୍କ ଆଖିରେ ଲୁହ ଝରୁଥିବା ଦୃଶ୍ୟ ଦେଖି ଦର୍ଶକ ମଧ୍ୟ ଭାବବିହୋଳ ହୋଇଛନ୍ତି।

ତେବେ କେବିସିର ଏହି ଖାସ୍‌ ଏପିସୋଡ୍‌ରେ ଅମିତାଭଙ୍କୁ  ଯେଉଁଭଳି ଶୁଭେଚ୍ଛା ଜଣାଯାଇଥିଲା ତାହା ତାଙ୍କ ପାଇଁ ଏକ ସରପ୍ରାଇଜ୍‌ ଥିଲା। ଅମିତାବଙ୍କ ଉଦ୍ଦେଶ୍ୟରେ ତାଙ୍କ ମା’ ତେଜୀ ବଚ୍ଚନଙ୍କ କଣ୍ଠରେ ଏକ କବିତା ବୋଲାଯାଇଥିଲା। ଯାହାକୁ ଶୁଣି ଅମିତାବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଅମିତାଭ ତାଙ୍କ ଜୀବନରେ ତାଙ୍କ ମାଙ୍କ କଣ୍ଠରେ ଏମିତି ଗୀତ ଶୁଣି ନ ଥିଲେ।  ତେଣୁ ଏହି କବିତା ଶୁଣି ନିଜ ଭାବନାକୁ କାବୁ କରିପାରି ନଥିଲେଆ ଅମିତାବ୍ ।

ଆଉ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। କବିତାଟି ଥିଲା କୌନ୍‌ କେହେତା ହୈ ମା’ ବାପ୍‌ ଚଲେ ଯାତେ ହେଁ। ଏହାର ପୂର୍ବ ଏପିସୋଡ୍‌ରେ ମଧ୍ୟ ଅମିତାଭଙ୍କୁ ତାଙ୍କ ପସନ୍ଦର ଏକ କବିତା ବୋଲି ତାଙ୍କୁ ସର୍‌ପ୍ରାଇଜ୍‌ ଦିଆଯାଇଥିଲା।  କବିତାଟି ଥିଲା “ଆ ଝରୋଖେ ସେ ଜରା ସା…ଚାନ୍ଦନୀ ପିଛଲି ପହର୍‌କୀ …ପାସ୍‌ ମେଁ ଯୋ ଶୋ ଗୟୀ ହୈ…।’ ଏହି କବିତା ଶୁଣିବା ପରେ ପୂରା ମଞ୍ଚରେ ନିରବତା ଖେଳିଯାଇଥିଲା। ସୂଚନା ଯୋଗ୍ୟ ଯେ, ଆସନ୍ତାକାଲି ତଥା ୧୧ ତାରିଖରେ ଅମିତାବଙ୍କ ଜନ୍ମଦିନ ରହିଛି।



from Odisha Reporter https://ift.tt/2Ohnxyj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages