
ପାଟନା: ବିହାରରେ କ୍ଷମତାସୀନ ଜେଡିୟୁରେ ସାମିଲ ହୋଇଥିବା ବିଶିଷ୍ଟ ରାଜନୀତିକ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟି ଯାଇଛନ୍ତି।
ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପ୍ରଶାନ୍ତଙ୍କୁ ଦଳର ଉପ ସଭାପତି ଭବେ ନିଯୁକ୍ତି ଦେଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେବେଠାରୁ ଜେଡିୟୁ ଗଠନ ହୋଇଛି, ସେବେଠାରୁ କାହାକୁ ହେଲେ ବି ଦଳର ଉପ ସଭାପତି ପଦରେ ନିଯୁକ୍ତି ମିଳି ନଥିଲା। କିନ୍ତୁ ପ୍ରଶାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏହି ପଦବୀ ସୃଷ୍ଟି କରାଯାଇଛି।
୨୦୧୪ ନିର୍ବାଚନରେ ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ପ୍ରଚାର ଦାୟିତ୍ୱ ନେଇଥିଲେ। ପ୍ରଶାନ୍ତଙ୍କ ସ୍ୱତନ୍ତ୍ର ରଣନୀତି ଯୋଗୁ ମୋଦି ବିଜୟୀ ହେବା ସହ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେବେଠାରୁ ଅନେକ ସମୟରେ ରାଜନୀତିକ ପଶାପାଲିରେ ପ୍ରଶାନ୍ତଙ୍କ ବିଚକ୍ଷଣତା ନେଇ ଚର୍ଚ୍ଚା ଜାରି ରହିଛି।
ପ୍ରଶାନ୍ତ ଜେଡିୟୁ ଉପ ସଭାପତି ହୋଇଥିବାରୁ ଏହା ଦଳକୁ ଆଗାମୀ ଦିନରେ ସହାୟକ ହେବ ବୋଲି ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି।
from Odisha Reporter https://ift.tt/2NGEXPW
No comments:
Post a Comment