ଯୁକ୍ତିତର୍କରୁ ମଡେଲଙ୍କୁ ହତ୍ୟା, ମୃତଦେହକୁ ସୁଟ୍‌କେଶ୍‌ରେ ରଖି ଫୋପାଡ଼ିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଯୁକ୍ତିତର୍କରୁ ମଡେଲଙ୍କୁ ହତ୍ୟା, ମୃତଦେହକୁ ସୁଟ୍‌କେଶ୍‌ରେ ରଖି ଫୋପାଡ଼ିଦେଲେ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ମୁମ୍ବାର ମାଲାଡ ଅଞ୍ଚଳରେ ଆବର୍ଜନା ଭିତରୁ ମାନସୀ ଦୀକ୍ଷିତ ନାମ୍ନୀ ଜଣେ ମଡେଲଙ୍କ ମୃତଦେହ ଏକ ସୁଟକେଶ୍‌ ଭିତରୁ ଉଦ୍ଧାର କରାଯାଇଛି। ଆଉ ୨୦ ବର୍ଷୀୟା ମାନସୀଙ୍କ ହତ୍ୟାକାଣ୍ଡ ଘଟାଇଥିବା ଜଣେ ଛାତ୍ର ମୁଜାମିଲ୍‌ ସୟିଦ୍‌ଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛି। ମୁଜାମିଲକୁ ମାନସୀ ମୃତ୍ୟୁର କିଛି ସମୟ ଆଗରୁ ଭେଟିଥିଲେ।

ଏହି ମଡେଲ ଜଣକ ମୁମ୍ବାଇରେ ନିଜ କ୍ୟାରିଅର ପାଇଁ ସଂଘର୍ଷ କରୁଥିଲେ ଏବଂ ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥାରେ ପାର୍ଟନର ଥିଲେ। ପୁଲିସ୍‌ ସୂଚନା ଅନୁଯାୟୀ, ମୁଜାମିଲ୍‌ ତାଙ୍କର ସମ୍ପର୍କୀୟଙ୍କ ଘରେ ମାନସୀଙ୍କୁ ଭେଟିବାକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ମୁଜାମିଲ ଉତକ୍ଷିପ୍ତ ହୋଇ ମାନସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡ ଘଟାଇବା ପରେ ମୁଜାମିଲ ମାନସୀଙ୍କ ମୃତଦେହକୁ ଏକ ସୁଟକେସରେ ପୁରାଇଥିଲେ ଏବଂ ଏକ ଟ୍ୟାକ୍ସି ଡାକିଥିଲେ। ସେ ଏକ ଡଷ୍ଟବିନ୍‌ରେ ସୁଟ୍‌କେଶକୁ ଫୋପାଡ଼ିବା ବେଳେ ଟ୍ୟାକ୍ସି ଡ୍ରାଇଭର ମାମଲାରେ କିଛି ଗଡ଼ବଡ଼ ଥିବା ସନ୍ଦେହ କରିଥିଲେ। ସେ ପୁଲିସ୍‌ରେ ଏନେଇ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରୁ ଏହି ସୁଟକେଶ୍‌ ଉଦ୍ଧାର କରିଥିଲା।



from Odisha Reporter https://ift.tt/2RUhnCo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages