ପୁରୀରେ ବୁଲିଲା ଭୁଜାଲି: ବାଇକ୍‌ରେ ଆସି ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ପୁରୀରେ ବୁଲିଲା ଭୁଜାଲି: ବାଇକ୍‌ରେ ଆସି ହାଣିଲେ

bbb...

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରକୁ ନେଇ କି ହେଉ କି ଅପରାଧକୁ ନେଇ ଦେଶର ପ୍ରମୁଖ ତୀର୍ଥସ୍ଥଳ ପୁରୀ ପ୍ରାୟ ସବୁ ବେଳେ ଅଶାନ୍ତ ରହୁଛି। କେତେ ବେଳେ ଏଠି ବୋମା ଫୁଟୁଛି ତ ଆଉ କେତେ ବେଳେ ଭୁଜାଲି ବୁଲୁଛି। ଲୁଟ ଓ ଛିନ୍‌ତାଇ ମଧ୍ୟ ଘଟୁଛି। ବହୁ ସମୟରେ ଯାଉଛି ଜୀବନ। ଏହିପରି ଗତକାଲି ରାତିରେ ପୁଣି ରକ୍ତ ରଞ୍ଜିତ ହୋଇଛି ପୁରୀ ରାସ୍ତା। ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାଟି ଚନ୍ଦନପୁର ଥାନା ଅନ୍ତର୍ଗତ ସିଡ଼ି ଛକରେ ଘଟିଛି। ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ମୃତକ ଜଣଙ୍କ ହେଲେ ଶରତ ସାହୁ।

ମିଳିଥିବା ସୂଚନା ମୁତାବକ ଶରତଙ୍କର ଏକ ୱଲଡିଂ ଦୋକାନ ରହିଛି। ମଙ୍ଗଳବାର ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଭୁଜାଲି ଚୋଟ ତାଙ୍କ କାନ ଓ ମୁଣ୍ଡରେ ବାଜିଥିଲା।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଶରତଙ୍କ ମୃତ୍ୟୁ ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏପରି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ରାସ୍ତା ଉପରେ ଜଣଙ୍କୁ ହତ୍ୟା କରାଯିବା ପରେ ସ୍ଥାନୀୟ ଲୋକେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।

ସୂଚନା ଅନୁସାରେ କିଛିଦିନ ତଳେ ଦୁଇ ଜଣ ଯୁବକ ଏକ ବାଇକ୍‌ ୱଲଡିଂ କରିବା ପାଇଁ ଶରତଙ୍କ ପାଖକୁ ଆଣିଥିଲେ। ଶରତ ୱଲଡିଂ କାମ ସରିବା ପରେ ପାରଶ୍ରମିକ ମାଗିଥିଲେ। ଟଙ୍କା ନେଣଦେଣକୁ ନେଇ ଶରତ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କାରଣରୁ ଶରତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।



from Odisha Reporter https://ift.tt/2q7ty2f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages