ଚେହେରାରେ ବୟସର ପ୍ରଭାବ ପଡ଼ିବାକୁ ଦିଏ ନାହିଁ ଚାଉଳ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଚେହେରାରେ ବୟସର ପ୍ରଭାବ ପଡ଼ିବାକୁ ଦିଏ ନାହିଁ ଚାଉଳ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୟସ ବଢ଼ିଲେ ମୁହଁର ଚର୍ମରେ କୁଞ୍ଚନ ସୃଷ୍ଟି ହୋଇଥାଏ। ଏହି କାରଣରୁ ପୁରୁଷ ହୁଅନ୍ତୁ ଅବା ମହିଳା, ସାଧାରଣତଃ ବୟସ୍କ ଦେଖାଯା’ନ୍ତି। ତେବେ ଏଥିରୁ ସୁରକ୍ଷା ପାଇଁ ଅଧିକାଂଶ ମହିଳା ମୁହଁରେ ଫେସ୍‌ କ୍ରିମ୍‌ ବ୍ୟବହାର କରିଥା’ନ୍ତି।
ତେବେ ମୁହଁର ଚର୍ମରେ କୁଞ୍ଚନ ସୃଷ୍ଟି ହୋଇ ଚେହେରାରେ ବୟସର ପ୍ରଭାବ ପଡ଼ୁଥିଲେ ଆପଣ ଚାଉଳ ପାଣିରେ ଏହାର ଉପଚାର କରିପାରିବେ। ଏଥିପାଇଁ ସେମିତି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ।

ଜାପାନ ମହିଳାମାନେ ମୁହଁରେ ଏହି ଚାଉଳ ପାଣିକୁ ବ୍ୟବହାର କରୁଥିବାରୁ ଅଧିକ ବୟସ ଯାଏ ସେମାନଙ୍କ ମୁହଁରେ ଚର୍ମ କୁଞ୍ଚନ ପଡ଼ି ନଥାଏ। କୁହାଯାଏ, ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହି ଚାଉଳ ପାଣି ବ୍ୟବହାର କରି ଚେହେରାରେ ପୂର୍ବ ଯୌବନ ଫେରି ପାଇଥା’ନ୍ତି।
ଚାଉଳ ପାଣିରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହା ସ୍କିନ୍‌କୁ ହାଇଡ୍ରେଟ୍‌ କରିବା ସହ ରକ୍ତ ସଂଚାଳନକୁ ତ୍ୱରାନ୍ୱିତ କରେ। ସେହିପରି ଚର୍ମରେ ଥିବା ମୃତ କୋଷଗୁଡ଼ିକୁ ବାହାର କରିବାରେ ସାହାଯ୍ୟ ମଧ୍ୟ କରିଥାଏ। ଏହି ଚାଉଳ ପାଣିରେ ଭିଟାମିନ୍‌ ଇ’,ସି’ ଏବଂ ପ୍ରଚୁର ପରିମାଣର ମିନେରାଲସ୍‌ ରହିଛି।

ବ୍ୟବହାର ପ୍ରଣାଳୀ:
ଏଥିପାଇଁ ଆପଣ ଦୁଇରୁ ତିନି ଚାମଚ ଚାଉଳ ନିଅନ୍ତୁ ଏବଂ ଏହାକୁ ଫୁଟାଇ ଏହାର ପାଣିକୁ ବାହାର କରି ଦିଅନ୍ତୁ। ଏହି ପାଣିକୁ ଆପଣ ତିନିରୁ ଚାରି ଦିନ ଯାଏ ଫ୍ରିଜ୍‌ରେ ରଖି ଟୋନର୍‌ ପରି ମୁହଁରେ ବ୍ୟବହାର କରିପାରିବେ।

ଅନ୍ୟ ଏକ ଉପାୟରେ ଆପଣ ଚାଉଳକୁ ମଧ୍ୟ ବ୍ୟବହାର କରିପାରିବେ।
ଦୁଇରୁ ତିନି ଚାମଚ ଚାଉଳ ପାଣିକୁ ଫୁଟାଇବା ପରେ ଏହାର ପାଣିକୁ ଛାଣି ଦିଅନ୍ତୁ। ଏଥିରେ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଲେମ୍ୱୁ ରସ ମିଶାନ୍ତୁ। ଏ ସବୁକୁ ମିଶାଇବା ପରେ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହି ପେଷ୍ଟ ଆପଣ ମୁଁହ ଓ ହାତରେ ଲଗାଇ ପାରିବେ। ମହୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଆପଣଙ୍କ ମୁହଁକୁ ମଶ୍ଚୁରାଇଜ୍‌ କରିବାରେ ସାହାଯ୍ୟ କରିବା ସହିତ ମୃତ କୋଷଗଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରେ।ଏହା ସହ ଲେମ୍ୱୁରେ ଭିଟାମିନ୍‌ ସି’ ଥିବାରୁ ଏହା ସ୍କିନ୍‌କୁ ସୁସ୍ଥ ରଖି ଆପଣଙ୍କ ଚେହେରାରେ ଯୌବନ ବଜାୟ ରଖିଥାଏ।

ସାଧାରଣତଃ ୪୦ ବର୍ଷ ପରେ ମହିଳାମାନେ ନିଜର ମୁହଁକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି। ତେବେ ଚିନ୍ତାରେ ନ ରହି ଆପଣ ଚାଉଳ ପାଣିକୁ ଏହିପରି ବ୍ୟବହାର କରି ଚିନ୍ତାମୁକ୍ତ ହୋଇପାରିବେ।



from Odisha Reporter https://ift.tt/2PhaZXz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages