
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡର IPS ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ବର୍ଡର ସିକ୍ୟୁରିଟି ଫୋର୍ସ (BSF)ର ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କୁ BSFର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ଭୁବନେଶ୍ୱର-କଟକ କମିଶନରେଟର ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ।
ନିଯୁକ୍ତିର ୫ ବର୍ଷ ପଯର୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ଖୁରାନିଆଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଆଯାଇଛି। ଅସିତ ପାଣିଗ୍ରାହୀଙ୍କୁ କମ୍ୟୁନିକେସନର ଅତିରିକ୍ତ ଦାୟିତ୍ୱ ମିଳିଛି।
from Odisha Reporter https://ift.tt/2RfU199
No comments:
Post a Comment