ଏବେ କେମିତି ଅଛି ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା? ପ୍ରତାପଙ୍କ ମନ୍ତବ୍ୟର ଏମିତି ଉତ୍ତର ଦେଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଏବେ କେମିତି ଅଛି ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା? ପ୍ରତାପଙ୍କ ମନ୍ତବ୍ୟର ଏମିତି ଉତ୍ତର ଦେଲେ ଦାମ

ଏବେ କେମିତି ଅଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା? ବିଜେଡିରୁ ବହିଷ୍କୃତ ଦାମ ଆଜି ଏମିତି କହି ଏକ ତେରେଛା ବାଣ ମାରିଛନ୍ତି। କାଲି ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ ବୋଲି କହି ତାଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ। ଆଜି ସିବିଆଇ ଓ ନବୀନଙ୍କ ସଂପର୍କ ଉପରେ ମନ୍ତବ୍ୟ ଦେଲାବେଳେ ଦାମ ପ୍ରତାପଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଭୁଲି ନଥିଲେ। ପଢ଼ନ୍ତୁ ତାଙ୍କ ପୂରା ମନ୍ତବ୍ୟ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦୁର୍ନୀତିର ଗୁମର ଖୋଲି ବିଜେଡିରୁ ବିଦା ହୋଇଥିବା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଚୁପ୍ ବସି ନାହାଁନ୍ତି। ବରଂ ତାଙ୍କ ସରକାର ବିରୋଧୀ ସ୍ୱରକୁ ଶାଣିତ କରିଛନ୍ତି। ସିଧାସଳଖ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସଭାସମିତି କରି ସେ ଶାସକ ଦଳର ଦୁର୍ନୀତିର ଗୁମର ଖୋଲିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ପ୍ରସଙ୍ଗରେ ଦାମ ଆଜି ସିବିଆଇକୁ ବି ତୀର ମାରିଛନ୍ତି। ଅଭିଯୋଗ କରିଛନ୍ତି, ସିବିଆଇ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଡିଲ୍ ହୋଇଛି।

ଦାମ କହିଛନ୍ତି-“ସିବିଆଇ ବାଲାଏ ତାଙ୍କରି ଅଫିସରଙ୍କ ଘରେ ଏବେ ରେଡ୍‌ କରୁଛନ୍ତି। ଏଥିରୁ ଗୋଟିଏ କଥା ମନକୁ ଆସୁଛି, ଓଡ଼ିଶାର ଚିଟ୍‌ଫଣ୍ଡ, ବ୍ଲାକରୋଜ୍‌ ଓ ଖଣି ଦୁର୍ନୀତିର ତଦନ୍ତ ପାଇଁ ଆସୁଥିବା ଅଫିସରମାନେ କେତେ ଟଙ୍କା ଲାଞ୍ଚ ନେଇଛନ୍ତି? ଯେଉଁଥିପାଇଁ ଦୁର୍ନୀତିର ତଦନ୍ତ ହେଉନାହିଁ। ଏକଥା ସିବିଆଇ ଅଫିସରମାନେ ଜାଣିପାରି ବୋଧହୁଏ ନିଜ ବିଭାଗର ଅଫିସରଙ୍କ ଘରେ ରେଡ୍‌ କରୁଛନ୍ତି। ବର୍ତ୍ତମାନ ଯେଉଁମାନେ ରେଡ୍‌ କରୁଛନ୍ତି ସେମାନେ କୁହନ୍ତୁ, ଓଡ଼ିଶାର ନବୀନ ପଟ୍ଟନାୟକଙ୍କଠାରୁ କେତେ ଟଙ୍କା ଲାଞ୍ଚ ନେଇଛନ୍ତି? ଯାହାଫଳରେ ଶାହା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଲକ୍ଷେ କୋଟି ଚଙ୍କା ଦୁର୍ନୀତିର ତଦନ୍ତ ହେଉନାହିଁ। ବ୍ଲାକ୍‌ରୋଜ୍‌ ମାମଲାର ତଦନ୍ତ ହେବା ବେଳେ, ସରକାର ଦୋମୁହାଁ ନୀତି ଆପଣେଇଛନ୍ତି। ଆଜି ସମୟ ଆସିଛି ନବୀନ ପଟ୍ଟନାୟକ କହିବା ଉଚିତ ଯେ ସେ ୧୮ ବର୍ଷ ଶାସନ କାଳ ଭିତରେ ସିବିଆଇ ଅଫିସରଙ୍କୁ କେତେ ଟଙ୍କା ଲାଞ୍ଚ ଦେଇଛନ୍ତି? ଯେଉଁ ମନ୍ତ୍ରୀ ଓ ଅଫିସରଙ୍କ ବିରୋଧରେ ନୋଟିସ ହୋଇଛି, ସେମାନେ ହାଜର ହେଉନାହାନ୍ତି। ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖାଯାଇଛି। ଏଥିପାଇଁ ଦାୟୀ କିଏ? ଏଇଟା ଲାଞ୍ଚର ଫଳ ନା ଅନ୍ୟକିଛି କାରଣ।”

ତାଙ୍କ ଶାରୀରିକ ଅସୁସ୍ଥତା ସଂପର୍କରେ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଦେଇଥିବା ମନ୍ତବ୍ୟ ଉପରେ ମଧ୍ୟ ଦାମ ଉତ୍ତର ରଖିଛନ୍ତି। ସେ କହିଛନ୍ତି- “ସମସ୍ତେ କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଏହାସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ରହିପାରୁଛନ୍ତି। ସେ ପରିସ୍ଥିତିରେ ଅସୁସ୍ଥ ଥାଇ ମୁଁ ରାଜ୍ୟର ବିଭିନ୍ନ ଜାଗାକୁ ଯାଇ ସଭାସମିତି କଲେ ତାଙ୍କୁ (ପ୍ରତାପ) ବାଧୁଛି କାହିଁକି? ସେ କହୁନାହାନ୍ତି- ଆମ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍‌ ଅଛନ୍ତି। ସେ (ନବୀନ ପଟ୍ଟନାୟକ) ଆହୁରି ୫୦ ବର୍ଷ ରାଜନୀତି କରିବେ। ଯଦି ତାଙ୍କ ଦେହ ଅସୁସ୍ଥ ଅଛି, ତାହାହେଲେ ମୁଖ୍ୟମନ୍ତ୍ରୀ ରହିଛନ୍ତି କାହିଁକି? ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖି ମୋ ସ୍ୱାସ୍ଥ୍ୟ କଥା ପ୍ରତାପ ଦେବ କୁହନ୍ତୁ।”



from Odisha Reporter https://ift.tt/2R9oohO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages