ୱେଷ୍ଟ୍‌ଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ, ଦ୍ୱିତୀୟ ଦିନ ଖେଳ ସୁଦ୍ଧା ୯୪/୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ୱେଷ୍ଟ୍‌ଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ, ଦ୍ୱିତୀୟ ଦିନ ଖେଳ ସୁଦ୍ଧା ୯୪/୬

ରାଜକୋଟ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆର ଦବ୍‌ଦବା ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ବୋଲରଙ୍କୁ ପ୍ରବଳ ଧୁଲେଇ କରିଥିବା ଟିମ୍‌ ଇଣ୍ଡିଆ ଏବେ ବୋଲିଂରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିଛି।

ଟିମ୍‌ ଇଣ୍ଡିଆ ୯ ୱିକେଟ୍‌ ହରାଇ ୬୪୯ ରନ୍‌ କରି ପ୍ରଥମ ପାଳି ଘୋଷଣା କରିବା ପରେ ଇଣ୍ଡିଜ୍‌ ଦଳ ବ୍ୟାଟିଂ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇଣ୍ଡିଜ୍‌ ଦଳ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ତା’ର ପ୍ରଥମ ଇନିଂସ୍‌ରେ ୬ ୱିକେଟ୍‌ ହରାଇ ମାତ୍ର ୯୪ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଦଳ ପକ୍ଷରୁ ରୋଷ୍ଟନ୍‌ ଚେଜ୍‌ ୨୭ ଓ କେମୋ ପାଉଲ୍‌ ୧୩ ରନ୍‌ କରି ଅପରାଜିତ ରହିଛନ୍ତି।

ଭାରତ ପକ୍ଷରୁ ସ୍ପିଡ୍‌ଷ୍ଟର ମହମ୍ମଦ ଶାମି ସର୍ବାଧିକ ଦୁଇଟି ୱିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି। ୱେଷ୍ଟ୍‌ଇଣ୍ଡିଜ୍‌ ହାତରେ ମାତ୍ର ୪ଟି ୱିକେଟ୍‌ ଥିବା ବେଳେ ଦଳ ଟିମ୍‌ ଇଣ୍ଡିଆଠାରୁ ୫୫୫ ରନ୍‌ ପଛରେ ରହିଛି। ଦଳର ଫଲୋ ଅନ୍‌ ହେବା ଆଶଙ୍କା କ୍ରମେ ବଢ଼ିବାରେ ଲାଗିଛି।

ଏହାପୂର୍ବରୁ ୩୬୪/୪ରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ପ୍ରଥମ ଦିନର ଦୁଇ ଅପରାଜିତ ଯୋଡ଼ି ଅଧିନାୟକ ବିରାଟ୍‌ କୋହଲି ଏବଂ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତ ଦଳୀୟ ଇନିଂସକୁ ଆଗକୁ ନେଇଥିଲେ। ପନ୍ତ ନିଜ ଦ୍ୱିତୀୟ ଶତକଠାରୁ ମାତ୍ର ୮ ରନ୍‌ ଦୂରରେ ଥାଇ ଆଉଟ୍‌ ହୋଇଥିବା ବେଳେ ବିରାଟ୍‌ କିନ୍ତୁ ନିଜ ଟେଷ୍ଟ୍‌ କ୍ୟାରିୟର୍‌ର ୨୪ ତମ ଶତକ ହାସଲ କରିଥିଲେ। ଏହାପରେ ରବୀନ୍ଦ୍ର ଜାଡେଜା ନିଜ ଟେଷ୍ଟ୍‌ କ୍ୟାରିୟର୍‌ର ପ୍ରଥମ ଶତକ ହାସଲ କରିବା ପରେ ଟିମ୍‌ ଇଣ୍ଡିଆ ପକ୍ଷରୁ ପାଳି ଘୋଷଣା କରାଯାଇଥିଲା।

ଭାରତର ୬୪୯ ରନ୍‌ର ପିଛା କରୁଥିବା ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରଥମରୁ ହିଁ ଟିମ୍‌ ଇଣ୍ଡିଆ ଆଗରେ ଆତ୍ମସମର୍ପଣ କରି ଦେଇଥିଲା। ବିଶେଷ କରି ମହମ୍ମଦ ଶାମି ୭ ରନ୍‌ ଭିତରେ ଦୁଇ ଓପନର୍‌ଙ୍କୁ ପ୍ୟାଭିଲିୟନ୍‌ ପଠାଇ ଇଣ୍ଡିଜ୍‌ ବାହିନୀକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଶାମି ପ୍ରଥମେ ୱେଷ୍ଟ୍‌ଇଣ୍ଡିଜ୍‌ କ୍ୟାପ୍ଟେନ୍‌ ତଥା ଓପନର୍‌ କେସି ବ୍ରାଥୱେଟ୍‌ (୨)ଙ୍କୁ ବୋଲ୍ଡ କରିଥିବା ବେଳେ ଅନ୍ୟତମ ଓପନର୍‌ କେଏ ପାୱେଲ୍‌( ୧)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଦେଇଥିଲେ।

ଲୟରେ ଥିବା ଶାହି ହୋପ୍‌(୧୦)ଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ସ୍ପିନ୍‌ ଜାଲ୍‌ରେ ଫସାଇ ବୋଲ୍ଡ କରି ଦେଇଥିଲେ। ଶିମରନ୍‌ ହେଥମାୟର ୧୦ ରନ୍‌ କରିଥିବା ବେଳେ ଜାଡେଜାଙ୍କ ସିଧା ଥ୍ରୋରେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

୩୨ ରନ୍‌ରେ ୪ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ଇଣ୍ଡିଜ୍‌ ଦଳର ସବୁ ଭରସା ସୁନୀଲ ଅମ୍ରିସ୍‌ଙ୍କ ଉପରେ ରହିଥିଲା। କିନ୍ତୁ ସେ ମଧ୍ୟ ମାତ୍ର ୧୨ ରନ୍‌ କରି ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ତେବେ ଏହାପରେ କିଷ୍ଟୋନ୍‌ ଚେଜ୍‌ ଓ ଶେନ୍‌ ଡୱରିଚ୍‌ ଦଳୀୟ ସ୍କୋର ୪୯ରୁ ୭୪ ପର୍ଯ୍ୟନ୍ତ ନେଇଥିଲେ। ବିରାଟ୍‌ କୋହଲି ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବଙ୍କୁ ବଲ୍‌ ଦେବା କ୍ଷଣି ସେ ଶେନ୍‌(୧୦)ଙ୍କୁ ବୋଲ୍ଡ କରି ଦେଇଥିଲେ।

ଏହାପରେ ଆଜିର ଖେଳ ଶେଷ ହେବା ପର୍ଯ୍ୟନ୍ତ ଚେଜ୍‌ ଓ ପାଉଲ ଭାରତକୁ ଆଉ କୌଣସି ୱିକେଟ୍‌ ଦଖଲ କରିବାକୁ ଦେଇ ନଥିଲେ। ଆସନ୍ତାକାଲି ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌ ଇଣ୍ଡିଜ୍ ସ୍କୋରକୁ କେତେ ବାଟ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।



from Odisha Reporter https://ift.tt/2OGdna6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages