ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କଲେ ନବୀନ

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ବିଜେଡିର ମାସିକିଆ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ଥିତ ଝରଣାବସ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରି ତା’କୁ ‘ଫମ୍ପା ମାଠିଆ’ କହିଛନ୍ତି।

ସେ କହିଛନ୍ତି,“ ବିଜେପିର ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଥିଲା। ଆଜି ବି ବିଜେପିର ପ୍ରତିଶ୍ରୁତି ପାଳନକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ବିଜେପି ଏକ ଫମ୍ପା ମାଠିଆ। ଫମ୍ପା ମାଠିଆର ଶଦ୍ଦ ବେଶି। ପ୍ରତିଶ୍ରୁତି ପାଳନ କିଏ କରୁଛି, କିଏ କରୁନି ଲୋକେ ଜାଣିଛନ୍ତି। ଆମେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛୁ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ହିତାଧିକାରୀ କଟିଲେ। ବାଧ୍ୟ ହୋଇ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରିଛନ୍ତି।”

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ନବୀନ ବାବୁ କ’ଣ କହନ୍ତି, କ’ଣ କରନ୍ତି ତା’ ଭିତରେ ବହୁତ ପ୍ରଭେଦ ଥାଏ। କେନ୍ଦ୍ରରୁ ଆସୁଥିବା ଅର୍ଥକୁ ଯେଉଁ ଭଳି ଭାବରେ ରାଜ୍ୟ ସରକାର ବ୍ୟବହାର କରିବା କଥା, କରୁ ନାହାନ୍ତି। ଫଳରେ ପରବର୍ତ୍ତୀ କିସ୍ତି ଆସୁନାହିଁ। ଏନେଇ ରାଜ୍ୟ ସରକାରଙ୍କ ପାଖରେ ଉତ୍ତର ନାହିଁ। ପୂରା ଭାରତରେ ଓଡ଼ିଶା ପ୍ରଦେଶର ସରକାର ସବଠୁ ନିକମ୍ମା ଓ ଅକର୍ମା ସରକାର ପ୍ରାମଣିତ ହେଉଛି।”

ସେ ଆହୁରି କହିଛନ୍ତି,“ ଆଜି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଯେଉଁ ଫମ୍ଫା ଶବ୍ଦ କରୁଛନ୍ତି, କେବଳ ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି। ସେଥିରେ କୌଣସି ଆନ୍ତରିକତା ନାହିଁ। ଭଲ ଭାବରେ ଜାଣିଛନ୍ତି ଓଡ଼ିଶା ପ୍ରଦେଶ ସ୍ପେଶାଲ କ୍ୟାଟେଗରୀ ହୋଇ ପାରିବ ନାହିଁ। ତେଣୁ ଏହି ରାଜନୈତିକ ଡ୍ରାମା ୨୦୦୯ ପରଠୁ ଆରମ୍ଭ କରିଛନ୍ତି। ଆଠ ବର୍ଷ ପୁରୁଣା ଏହି ଡ୍ରାମାର ନାଁ ଓ ସାଙ୍ଗିଆ ନବୀନ ବାବୁ ପରିବର୍ତ୍ତନ କରନ୍ତୁ। ଲୋକ ଜାଣି ସାରିଛନ୍ତି ଏଇଟା ରାଜନୈତିକ ଫମ୍ପା ଶବ୍ଦ।”

ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ଯୋଜନା ପଛରେ (ବିଜେଡି) ଭୋଟ୍‌ ବ୍ୟାଙ୍କ ରାଜନୀତି କରୁଛି। ୟୁପିଏ ସରକାରଙ୍କ ଅମଳରେ ଖାଦ୍ୟ ସୁରକ୍ଷା ଯୋଜନା ହୋଇଛି।”



from Odisha Reporter https://ift.tt/2NULKui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages