ମହମ୍ମଦ ମୁସ୍ତାକ ଅହମ୍ମଦ ହେଲେ ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ମହମ୍ମଦ ମୁସ୍ତାକ ଅହମ୍ମଦ ହେଲେ ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ

HOCKY

ନୂଆଦିଲ୍ଲୀ: ମହମ୍ମଦ ମୁସ୍ତାଫ ଅହମ୍ମଦ ହକି ଇଣ୍ଡିଆର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ହକି ଇଣ୍ଡିଆର ୮ମ ସମ୍ମିଳନୀ ଓ ନିର୍ବାଚନ ଅବସରରେ ମୁସ୍ତାକଙ୍କୁ ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ହକି ଇଣ୍ଡିଆର ପୂର୍ବ ମହାସଚିବ ମହମ୍ମଦ ରାଜିନ୍ଦର ସିଂହଙ୍କ ସ୍ଥାନରେ ସେ କାମ କରିବେ।
ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍‌ ସିନିୟର ଉପାଧ୍ୟକ୍ଷ ହୋଇଥିବା ବେଳେ ଜମ୍ମୁ-କାଶ୍ମୀର ହକିର ଅସିମ ଅଲ୍ଲୀ ଏବଂ ହକି ଝାଡ଼ଖଣ୍ଡର ଭୋଳାନାଥ ସିଂହ ଉପାଧ୍ୟକ୍ଷ ହୋଇଛନ୍ତି।
ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ଆସୁନ୍ଥା ଲାକଡ଼ା ଏବଂ ଛତିଶଗଡ଼ କହିର ଫିରୋଜ ଅନ୍‌ସାରୀ ଯୁଗ୍ମ ସଚିବ ହୋଇଛନ୍ତି।
ସେହିପରି ହକି ରାଜସ୍ଥାନର ଆରତୀ ସିଂହ, ହକି ତାମିଲନାଡୁର ଏମ୍‌ ରେଣୁକା ଲକ୍ଷ୍ମୀ ଏବଂ ଏସ୍‌ବିଏସ୍‌ ସୁବ୍ରମଣ୍ୟମ୍‌ ଗୁପ୍ତା କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ ହୋଇଛନ୍ତି। ଆରପି ସିଂହ ଏବଂ ଜୟଦୀପ କୋର୍‌ ଖେଳାଳିଙ୍କ ପ୍ରତିନିଧି ରହିବେ।
ସୂଚନାଯୋଗ୍ୟ, ରାଜିନ୍ଦର ସିଂହ, ମରିୟମ୍ମା କୋଶିଙ୍କ ଅବସର ନେବା ପରେ ପଦ ସମ୍ଭାଳି ଥିଲେ। ତାଙ୍କୁ ନୂଆ ମହାସଚିବ ଓ ହକି ଆସାମର ତପନ କୁମାର ଦାସଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।



from Odisha Reporter https://ift.tt/2RhV4X9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages