ଆସୁଛି ତିତ୍‌ଲି : ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ଆସୁଛି ତିତ୍‌ଲି : ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ର ଭିତରୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ତିତ୍‌ଲି। ଏନେଇ ଘନ ଘନ ସୂଚନା ଦେଉଛି ପାଣିପାଗ ବିଭାଗ। ଏଣେ ସମୁଦ୍ରର ଅଶାନ୍ତ ରୂପ ଓ ତୁହାକୁ ତୁହା ବର୍ଷା ବି ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

ତିତ୍‌ଲି ପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୫ଟି ଜିଲ୍ଲାରେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜିଲ୍ଲା ଗୁଡ଼ିକ ମଧ୍ୟରେ  ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ରହିଛି।

ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧାରେ ସ୍ଥାନାନ୍ତରଣ ଜାରି। ଗଞ୍ଜାମ ଜିଲ୍ଲାରେ ୭୫୩ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ଜଗତସିଂହପୁର ଜିଲ୍ଲାରେ ପ୍ରାୟ ହଜାର ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ୧୪୪ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି।



from Odisha Reporter https://ift.tt/2NwJrZb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages