‘ତିତଲି’ ଯୋଗୁ ଭୁବନେଶ୍ୱରରୁ ବିମାନ ଉଡ଼ାଣ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

‘ତିତଲି’ ଯୋଗୁ ଭୁବନେଶ୍ୱରରୁ ବିମାନ ଉଡ଼ାଣ ବାତିଲ

indigo

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ବିମାନ ଚଳାଚଳ ବାତିଲ କରାଯାଇଛି।ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କଠୁ ମିଳିଥିବା ସୂଚନା ଅନୁସାରେ,ଆଜି ରାତିରେ କୌଣସି ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ରହଣି ବା ପାର୍କିଂ କରିବ ନାହିଁ। ଯାତ୍ରୀ ଓ ବିମାନର ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଛାଡ଼ୁଥିବା ୪ଟି ବିମାନ ବାତିଲ କରିଛି ଇଣ୍ଡିଗୋ।

ବାତ୍ୟା ତିତ୍‌ଲି ପ୍ରଭାବରୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିଜୁପଟ୍ଟନାୟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡ଼ାଣ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ୧୧ ତାରିଖରେ ଭୁବନେଶ୍ୱରରୁ ଉଡ଼ାଣ କରିବାକୁ ଥିବା ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଛି। ରାତି ୧ଟା ୩୦ରେ ଭୁବନେଶ୍ୱରଠାରୁ ଦିଲ୍ଲୀ, ଭୋର ୫ଟା ୧୫ରେ ଭୁବନେଶ୍ୱରରୁ ଦିଲ୍ଲୀ ଉଡ଼ାଣ କରିବାକୁ ଥିବା ବିମାନକୁ ଇଣ୍ଡିଗୋ ବାତିଲ କରିଛି।

ସେହିପରି ସକାଳ ୫ଟା ୨୫ରେ ଭୁବନେଶ୍ୱର-କୋଲକତା ବିମାନ, ୬ଟା ୪୦ରେ ଥିବା ଭୁବନେଶ୍ୱର ବେଙ୍ଗାଳୁରୁ ବିମାନ ଓ ୮ଟା ୫୦ରେ ଥିବା ଭୁବନେଶ୍ୱର ମମ୍ବାଇ ବିମାନକୁ ଇଣ୍ଡିଗୋ ବାତିଲ କରିଛି। ଏହି ରୁଟରେ ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନକୁ ମଧ୍ୟ ବାତିଲ କରାଯାଇଥିବା ସୂଚନା ମିଳିଛି। ଏଥିସହ ଆଜି ରାତିରେ ଇଣ୍ଡିଗୋର କୌଣସି ବିମାନ ଭୁବନେଶ୍ୱରରେ ରହିବ ନାହିଁ।



from Odisha Reporter https://ift.tt/2ydXVsi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages