ପୂଜା ପାଇଁ ଟ୍ରାଫିକ ବୁଲେଟିନ୍‌ ଜାରି କରିବ ପୁଲିସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ପୂଜା ପାଇଁ ଟ୍ରାଫିକ ବୁଲେଟିନ୍‌ ଜାରି କରିବ ପୁଲିସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ଦ୍ୱୈତନଗରୀରେ ପ୍ରବଳ ଭିଡ଼ ହୋଇଥାଏ। ଫଳରେ ସହରବାସୀ ନାହିଁନଥିବା ଅସୁବିଧାରେ ପଡ଼ିଥାଆନ୍ତି। ତେଣୁ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ କମିଶନରେଟ୍‌ ପୁଲିସ ସୋଶାଲ୍‌ ମିଡିଆ ମାଧ୍ୟମରେ ‘ଟ୍ରାଫିକ ବୁଲେଟିନ୍‌’ ଜାରି କରିବାକୁ ଯୋଜନା ରଖିଛି।

କମିଶନରେଟ୍‌ ପୁଲିସ ତା’ର ଫେସ୍‌ବୁକ୍‌ ଓ ଟ୍ୱିଟର୍‌ ପେଜରେ ପ୍ରତିଘଣ୍ଟାର ଟ୍ରାଫିକ ସମ୍ବନ୍ଧୀୟ ତଥ୍ୟ ଯୋଗାଇ ଦେବ। ଏହାଛଡ଼ା ବିଭିନ୍ନ ଏଫ୍ଏମ୍ ରେଡିଓ ଷ୍ଟେସନ ଜରିଆରେ ଟ୍ରାଫିକ ଅପଡେଟ୍‌ ଘୋଷଣା କରିବାକୁ ଯୋଜନା କରାଯାଇଛି। ଦଶହରା ଭିଡ଼ରୁ ବର୍ତ୍ତିବା ପାଇଁ ଲୋକେ ଏସବୁ ସୂଚନାକୁ ବ୍ୟବହାର କରିବାକୁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ନିବେଦନ କରିଛନ୍ତି।

ସେ କହିଛନ୍ତି-“ଭିଡ଼କୁ ଏଡାଇବା ପାଇଁ ସ୍ୱେଚ୍ଛାସେବୀ ଓ ଅଧିକ ଫୋର୍ସ ମଧ୍ୟ ନିୟୋଜିତ କରାଯିବ। ଜାତୀୟ ରାଜପଥ ନିକଟରେ ଥିବା ମେଢ଼ ନିକଟରେ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ଅଧିକ ଥିବାରୁ ଏହି ପଦକ୍ଷେପ ନିଆଯାଇଛି।”



from Odisha Reporter https://ift.tt/2yHJoo7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages