ମିଛ ପ୍ରଶଂସା ସାଉଣ୍ଟିବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ମିଛ ପ୍ରଶଂସା ସାଉଣ୍ଟିବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ: ନିରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟା ‘ତିତଲି’ ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଆଜି ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ଅବସରରେ ଶ୍ରୀ ପଟ୍ଟନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ମିଛ ପ୍ରଶଂସା ସାଉଁଟିବା କାର୍ଯ୍ୟରୁ ନବୀନବାବୁ ନିବୃତ୍ତ ରୁହନ୍ତୁ ଓ ଲୋକଙ୍କ ଶବ ଉପରେ ଏଭଳି ମିଛ ପ୍ରଚାର କରନ୍ତୁ ନାହିଁ ବୋଲି କହିଛନ୍ତି।

ବାତ୍ୟାରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଓ ୬୦ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଥର ରାଜ୍ୟ ସରକାର ବାତ୍ୟାରେ ଜିରୋ କାଜୁଆଲିଟି(ଶୂନ ମୃତାହତ) ଭଳି ମିଥ୍ୟା ପ୍ରଚାରରେ ବ୍ୟସ୍ତ। ପାହାଡ଼ ଧସିବା ଯୋଗୁ ରାୟଗଡ଼ ବ୍ଲକର ବାରଘର ଗାଁର ୧୮ଜଣ ଲୋକ ପ୍ରାଣ ହରାଇବା ଘଟଣାକୁ ରାଜ୍ୟ ପ୍ରଶାସନ କାହିଁକି ୩ଦିନ ଧରି ଲୁଚାଇ ରଖିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିପର୍ଯ୍ୟୟ ସମୟରେ ନିଜର ଅପାରଗତା ଧରାପଡ଼ିବା ଭୟରେ ରାଜ୍ୟ ସରକାର ଏଭଳି ହୀନ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହାସହିତ ସେ ଟ୍ୱିଟ୍ ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ କାର୍ଟୁନ ଫଟୋଚିତ୍ର ଶେୟାର କରି ସରକାରଙ୍କ ମିଥ୍ୟା ଆତ୍ମପ୍ରଚାରର କଡ଼ା ସମାଲୋଚନା କରିଛନ୍ତି।

ଶ୍ରୀ ପଟ୍ଟନାୟକ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ପର୍ଯ୍ୟଟକ ଭଳି ରାଜ୍ୟକୁ ଆସୁଥିବା ଶ୍ରୀ ପ୍ରଧାନ ଏହି ପ୍ରଳୟଙ୍କରୀ ବାତ୍ୟା ପରେ କାହିଁକି ଓଡ଼ିଶା ଆସିନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସିର ଏକ ଟିମ୍ ଏବେ ବାତ୍ୟା ପ୍ରଭାବିତ ଗଜପତି ଓ ରାୟଗଡ଼ା ଜିଲ୍ଲା ଗସ୍ତରେ ଅଛନ୍ତି।



from Odisha Reporter https://ift.tt/2AeCysf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages