ପ୍ରେମିକା ବିକ୍ରି ପାଇଁ ଅନ୍‌ଲାଇନ୍‌ରେ ବିଜ୍ଞାପନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ପ୍ରେମିକା ବିକ୍ରି ପାଇଁ ଅନ୍‌ଲାଇନ୍‌ରେ ବିଜ୍ଞାପନ!

ନୂଆଦିଲ୍ଲୀ: କିଛି ଥଟ୍ଟା ବେଳେବେଳେ ଖୁବ୍‌ ମହଙ୍ଗା ପଡ଼ିଥାଏ। ନିଜ ପ୍ରେମିକାଙ୍କ ସହ ଥଟ୍ଟା କରିବାକୁ ଯାଇ ଜଣେ ଆମେରିକୀୟ ଯୁବକଙ୍କୁ ସୋଶାଲ୍‌ ମିଡିଆରେ ଏପରି ହଟହଟାର ଶିକାର ହେବାକୁ ପଡ଼ିଛି।

ଡେଲ୍‌ ଲିକ୍ସ୍‌ ନାମକ ଆମେରିକାର ଏହି ଯୁବକ ନିଜ ପ୍ରେମିକା କେଲି ଗ୍ରୀଭ୍‌ସଙ୍କ ଫଟୋ ଏକ ଅନ୍‌ଲାଇନ୍‌ ସାଇଟ୍‌ରେ ଛାଡ଼ି ଏହାତଳେ ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ଲେଖିଥିଲେ। ତେବେ ଏଥିପାଇଁ ଲିକ୍ସ୍‌ଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ଲିକ୍ସ୍‌ ଅନ୍‌ଲାଇନ୍‌ ସାଇଟ୍ ‘ଇବେ’ରେ ଛାଡ଼ିଥିବା ଫଟୋ ସମ୍ବଳିତ ବିଜ୍ଞାପନରେ ଲେଖିଥିଲେ, “ଆପଣ ଦେଖୁଥିବା ଏହି ଫଟୋ ହେଉଛି ମୁଁ ବ୍ୟବହାର କରିଥିବା ଗାର୍ଲଫ୍ରେଣ୍ଡ୍‌, ଯାହାଙ୍କୁ ମୁଁ ଏବେ ବିକ୍ରି କରିବାକୁ ଚାହୁଁଛି।“
ଆପଣ ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ, ଲିକ୍ସ୍‌ଙ୍କର ଏପରି ବିଜ୍ଞାପନ ଦେବାର କାରଣ ହେଉଛି, ତାଙ୍କର ଗାର୍ଲଫ୍ରେଣ୍ଡ୍‌ କେଲି କିଛିଦିନ ପୂର୍ବରୁ ଏକ ସପିଂ ମଲ୍‌ରେ  ଲିକ୍ସ୍‌ଙ୍କ ଅଣ୍ଟାକୁ ମାଡ଼ ମାରିଥିଲେ। ଏହାର ମଧୁର ପ୍ରତିଶୋଧ ନେବାକୁ ଯାଇ ପ୍ରେମିକ ଲିକ୍ସ୍‌ କେଲିଙ୍କ ସହିତ ଏହିପରି ଥଟ୍ଟା କରିବାକୁ ଚାହିଁଥିଲେ।
ବିଜ୍ଞାପନରେ ଲିକ୍ସ୍‌ କେଲିଙ୍କୁ ଏକ ପୁରୁଣା ଗାଡ଼ି ସହ ତୁଳନା କରିଥିଲେ। ଲିକ୍ସ୍‌ ଆହୁରି ମଧ୍ୟ ଲେଖିଥିଲେ, ଯଦି ଆପଣ ଶରୀରର କୌଣସି ଅଙ୍ଗ ଚାହୁଁଛନ୍ତି, ତେବେ ଏହି ମହିଳାଙ୍କୁ କିଣି ପାରିବେ।

ଅନ୍‌ଲାଇନ୍‌ରେ ଏପରି ପୋଷ୍ଟିଂର କିଛି ସମୟ ପରେ ଲିକ୍ସ୍‌ଙ୍କୁ ଅଫର୍‌ ଆସିବାରେ ଲାଗିଥିଲା। ତାଙ୍କର ଏହି ଥଟ୍ଟାକୁ କିଛି ଲୋକ ଗମ୍ଭୀରତାର ସହ ନେଇ ଅନେକ ମେସେଜ୍‌ ମଧ୍ୟ କରିଥିଲେ।

ଜଣେ ବ୍ୟକ୍ତି ଲିକ୍ସ୍‌ଙ୍କ ଏହି ପ୍ରେମିକାଙ୍କୁ ୭୦ ହଜାର ପାଉଣ୍ଡ(ଭାରତୀୟ ମୁଦ୍ରାରେ ୬୮ ଲକ୍ଷ ଟଙ୍କା)ରେ କିଣିବେ ବୋଲି ତାଙ୍କ କମେଣ୍ଟ୍‌ରେ ଲେଖିଥିଲେ।

ଲିକ୍ସ୍‌ ବିଜ୍ଞାପନ ଦେବାର ୨୪ ଘଣ୍ଟା ମଧ୍ୟରେ ୮୧ ହଜାର କମେଣ୍ଟ୍‌ସ୍‌ ଆସିଥିଲା। ଆଉ ଏହା ପରେ ଲିକ୍ସ୍‌ଙ୍କ ପାଇଁ ଚିନ୍ତା ଚିନ୍ତା ବଢ଼ିବାକୁ ଲାଗିଥିଲା। ଗାର୍ଲଫ୍ରେଣ୍ଡ୍‌ କେଲିଙ୍କୁ କିଣିବା ପାଇଁ ୟୁରୋପ୍‌, ଆମେରିକା ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ ମେସେଜ୍‌ ଆସିବାରେ ଲାଗିଲା।
ଅନ୍‌ଲାଇନ୍‌ ସାଇଟ୍‌ ‘ଇବେ’ କିଛିଦିନ ପରେ ଏହି ବିଜ୍ଞାପନକୁ ନିଜ ସାଇଟ୍‌ରୁ ହଟାଇ ଦେଇଥିଲା। ‘ଇବେ’ର କହିବା ଅନୁଯାୟୀ, ତାଙ୍କ ସାଇଟ୍‌କୁ ମଣିଷର କୌଣସି ଅଙ୍ଗ ବିକ୍ରୀ କରିବାକୁ ଅନୁମତି ମିଳିନାହିଁ।



from Odisha Reporter https://ift.tt/2y5PejO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages