ପ୍ରେମରେ ପଡ଼ିଲେ ଓଜନ ବଢ଼େ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ପ୍ରେମରେ ପଡ଼ିଲେ ଓଜନ ବଢ଼େ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ପ୍ରେମରେ ପଡ଼ିଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଆପଣଙ୍କୁ କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ, ଯେଉଁ ଯୁବକ ଯୁବତୀ ପ୍ରେମରେ ପଡ଼ିଥାନ୍ତି, ସେମାନଙ୍କ ଓଜନ ଅନ୍ୟମାନଙ୍କ ତୁଳନାରେ ବୃଦ୍ଧି ପାଇଥାଏ।

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ପ୍ରେମରେ ପଡ଼ିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ।
ବୈଜ୍ଞାନିକ Stephanie Schoeppeଙ୍କ ମତରେ, ପ୍ରେମରେ ପଡ଼ିବା ପରେ ପୁଅ କିମ୍ୱା ଝିଅ ନିଜ ଶରୀରର ବିଶେଷ ଧ୍ୟାନ ଦେଇନଥାନ୍ତି।

ଏହି କଥା ସତ୍ୟତା ଜାଣିବା ୧୫,୦୦୦ ପୁଅଝିଅଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା ଏବଂ ପ୍ରତିଦିନ ସେମାନଙ୍କ ଖାଦ୍ୟପାନୀୟ ଏବଂ ଚାଲିଚଳଣୀକୁ ଲକ୍ଷ୍ୟ କରାଯାଇଥିଲା। ଏଥିରେ ଉଭୟ ସିଙ୍ଗଲ୍‌ ଏବଂ ପ୍ରେମରେ ପଡ଼ିଥିବା କପଲ୍‌ଙ୍କୁ ସାମିଲ୍‌ କରାଯାଇଥିଲା।
ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଯେଉଁ ଯୁବକଯୁବତୀ ସେମାନଙ୍କର ପାର୍ଟନର୍‌ ଚଏସ୍‌ କରିସାରିଛନ୍ତି, ସେମାନେ ଖୁସିରେ ରହିବା ସହିତ ଅନ୍ୟ କାହାକୁ ଆକର୍ଷଣ କରିବାର ଚିନ୍ତା ତାଙ୍କର ରହୁନାହିଁ। ଏଥିପାଇଁ ସେମାନେ ମନଇଚ୍ଛା ଖାଦ୍ୟପାନୀୟ ଗ୍ରହଣ କରୁଛନ୍ତି। ଯେଉଁଥିରେ ଫ୍ୟାଟ୍‌ ଏବଂ ସୁଗାର୍‌ର ମାତ୍ରା ଅଧିକ ରହିଛି। ଲଜିକାଲି ଦେଖିବାକୁ ଗଲେ ଏହା ସତ କଥା। ପାର୍ଟନର୍‌ ନମିଳିବା ଆଶାରେ ଅନେକ ଯୁବକଯୁବତୀ ନିଜକୁ ମେଣ୍ଟେନ କରିବାକୁ ଓ ସଜେଇ ହୋଇ ରହିବାକୁ ପସନ୍ଦ କରିଥାନ୍ତି।

କିନ୍ତୁ ପାର୍ଟନର୍‌ ମିଳିବା ପରେ ତାଙ୍କର ଏହି ଅଭ୍ୟାସରେ ପରିବର୍ତ୍ତନ ହୋଇଥାଏ।

ଗବେଷଣାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ, ପ୍ରେମରେ ପଡ଼ିବା ପରେ ଯୁବକଯୁବତୀ ବାହାରେ ବୁଲିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଯେଉଁ ସମୟରେ ଜିମ୍‌ ଏବଂ ନିଜ ଶରୀର ପ୍ରତି ଧ୍ୟାନ ଦେବା କଥା, ସେହି ସମୟରେ ସେମାନେ ବାହାରେ ଅଧିକ ସମୟ ବୁଲିବା ଏବଂ ଡିନର୍‌ ପ୍ଲାନ୍‌ କରିଥାନ୍ତି। ଏହି କାରଣରୁ ସେମାନଙ୍କର ଓଜନ ବୃଦ୍ଧି ପାଇଥାଏ।

ଆହୁରି ଅନ୍ୟ ଏକ କଥା ଗବେଷଣାରୁ ଜଣାପଡ଼ିଥିଲା ଯେ, ପ୍ରେମରେ ପଡ଼ିବା ପରେ ମଣିଷ ଶରୀରରୁ ହାପି ହର୍‌ମୋନ୍‌ର କ୍ଷରଣ ହୋଇଥାଏ। ସେହି ହର୍‌ମୋନ୍‌ଗୁଡ଼ିକ ହେଉଛନ୍ତି oxytocin ଏବଂ dopamine। ଏହି ଦୁଇ ହର୍‌ମୋନ୍‌ କ୍ଷରଣ ହେବା ପରେ ପୁଅଝିଅ ଅଧିକ ଚକୋଲେଟ୍‌, ୱାଇନ୍‌ ଏବଂ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଯାହା ସେମାନଙ୍କୁ ଖୁସି ଦେଇଥାଏ।



from Odisha Reporter https://ift.tt/2Nz3HK0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages