ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ

ମୀରଟ: ଭାରତୀୟ ସେନାର ସିଗନାଲ୍‌ ରେଜିମେଣ୍ଟ୍‌ରେ କାମ କରୁଥିବା ଜଣେ ଯବାନ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ହାତ ମିଳାଇଥିବା ପ୍ରମାଣ ମିଳିଛି। ସେ ଆଇଏସ୍‌ଆଇ ସହ ମିଶି ଭାରତୀୟ ସେନାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶତ୍ରୁ ପକ୍ଷଙ୍କୁ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ଆସିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମୀରଟ୍‌ରେ ଥିବା ସେନା କ୍ୟାଣ୍ଟନମେଣ୍ଟରେ ଉକ୍ତ ଯବାନଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ତେବେ ସେନା ପକ୍ଷରୁ ଉକ୍ତ ଯବାନଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ। କିନ୍ତୁ ତାଙ୍କୁ ଜେରା କଲା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ଜଣାପଡ଼ିଛି। ୱେଷ୍ଟର୍ଣ୍ଣ କମାଣ୍ଡୋ ବେସ୍‌ର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଆଇଏସ୍‌ଆଇକୁ ଦେଇଥିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।

ଯବାନ ଜଣଙ୍କ ଘର ଉତ୍ତରାଖଣ୍ଡରେ ହୋଇଥିବା ବେଳେ ସେ ଦୀର୍ଘ ୧୦ ମାସ ହେଲା ପାକ୍‌ ଅଧିକାରୀଙ୍କ ଯୋଗାଯୋଗରେ ରହିଥିଲେ। କେବଳ ଉକ୍ତ ଯବାନ ନୁହନ୍ତି, ସିଗନାଲ୍‌ ରେଜିମେଣ୍ଟର ଆଉ କିଛି ଯବାନଙ୍କୁ ମଧ୍ୟ ସେନାର ବରିଷ୍ଠ ଅଧିକାରୀମାନେ ପଚରାଉଚରା କରୁଛନ୍ତି।



from Odisha Reporter https://ift.tt/2pZvYQt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages