ପୁଣି ରାମପାଲଙ୍କୁ ଆଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ପୁଣି ରାମପାଲଙ୍କୁ ଆଜୀବନ

ହିର୍ସା: ମଙ୍ଗଳବାର ଗୋଟିଏ ହତ୍ୟାକାଣ୍ଡ ମାମଲାରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ ରହିବାକୁ ଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜି ଆଉ ଏକ ହତ୍ୟା ମାମଲା ସମାନ ଦଣ୍ଡ ମିଳିଛି। ରାମପାଲଙ୍କ ସହ ତାଙ୍କର ଅନ୍ୟ ୧୩ ଜଣଙ୍କୁ ମଧ୍ୟ କୋର୍ଟ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ହିର୍ସାର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ୍‌ ଓ ସେସନ୍‌ସ କୋର୍ଟ ବିଚାରପତି ଡିଆର୍‌ ଚାଲିଆ ରାମପାଲ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ରହିଛି ବୋଲି କହିବା ସହ ଏଭଳି ଦଣ୍ଡବିଧାନ କରିଛନ୍ତି।

୨୦୧୪ ନଭେମ୍ବର ୧୯ରେ ହିର୍ସାରେ ଥିବା ରାମପାଲଙ୍କ ଆଶ୍ରମରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଏନେଇ ରାମପାଲଙ୍କ ବିରୋଧରେ ବରୱାଲା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ମଧ୍ୟ ହୋଇଥିଲା। ସେହିଦିନ ହିଁ ପୁଲିସ୍‌ ଆଶାରାମଙ୍କୁ ଗିରଫ କରିଥିଲା। ତେବେ ରାମପାଲଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଆଶ୍ରମରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ। ରାମପାଲଙ୍କ ଅନୁଗାମୀ ଓ ପୁଲିସ୍‌ ମୁହାଁମୁହିଁ ହୋଇଥିଲେ।

ଆଜି ଉକ୍ତ ମାମଲାର ଶୁଣାଣି କରି ବିଚାରପତି ଚାଲିଆ ରାମପାଲ ଓ ତାଙ୍କ ସହଯୋଗୀ ଜେଲ୍‌ଦଣ୍ଡ ସହ ୨.୫ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ରାମପାଲଙ୍କୁ ୨୦୧୪ ନଭେମ୍ବର ୧୮ରେ ୪ ଜଣ ମହିଳା ଓ ଜଣେ ଶିଶୁଙ୍କୁ ହତ୍ୟା କରିଥିବା ଅପରାଧରେ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ତାଙ୍କର ଅନ୍ୟ ୧୪ ଜଣଙ୍କୁ ମଧ୍ୟ ଜେଲ୍‌ଦଣ୍ଡ ସହ ୧ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2CP3xx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages