ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ‘ମାଛ ମଞ୍ଜି କୋଫ୍‌ତା କରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଜାଣନ୍ତୁ, କେମିତି ପ୍ରସ୍ତୁତ ହୁଏ ‘ମାଛ ମଞ୍ଜି କୋଫ୍‌ତା କରି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅନେକ ଆମିଷ ପ୍ରିୟ ବ୍ୟକ୍ତି ମାଛର ମଞ୍ଜି ଖାଇବାକୁ ଖୁବ୍‌ ଭଲ ପା’ନ୍ତି। ଆଜି ଆମେ ଏହି ମାଛ ମଞ୍ଜିକୁ ନେଇ ଆପଣ ଘରେ କିପରି ସ୍ବାଦିଷ୍ଟ ‘କୋଫ୍‌ତା କରି’ ପ୍ରସ୍ତୁତ କରିବେ, ସେସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ମାଛ ମଞ୍ଜି, କଟା ପିଆଜ, ଟମାଟୋ, କଟା ଅଦା, କଟା ରସୁଣ, ବଟା ଅଦା, ବଟା ରସୁଣ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ରିଫାଇନ୍ ତେଲ, ତେଜ ପତ୍ର, ଧନିଆପତ୍ର, ବେସନ, ଗରମ ମସଲା ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ଓ ବେସନକୁ ଭଲଭାବେ ଗୋଳାଇ ଦିଅନ୍ତୁ। ମାଛ ମଞ୍ଜିର ମିଶ୍ରଣକୁ ଆହୁରି ଚକଟି ଏଥିରୁ କୋଫ୍‌ତା ସବୁ ତିଆରି କରି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି  ସେହି ମାଛ ମଂଜି କୋଫତା ସବୁକୁ ଛାଣି ରଖନ୍ତୁ। ଏବେ ପୁଣି ତେଲ ଗରମ କରି ତେଜ ପତ୍ର, କଟା ପିଆଜ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଟମାଟୋ, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ କଷନ୍ତୁ।

ମସଲା କଷି ହୋଇ ଗଲେ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ମସଲା ଭଲ ଭାବରେ ଫୁଟିଗଲେ କମ୍‌ ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋଫ୍‌ତା ଗୁଡ଼ିକୁ ପକାଇ ଢାଙ୍କୁଣି ଘୋଡ଼ାଇ ୫ରୁ ୧୦ ମିନିଟ୍ ରଖନ୍ତୁ।

ମାଛ ମଞ୍ଜି କୋଫ୍‌ତା ଗୁଡ଼ିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢ଼ି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ‘ମାଛ ମଞ୍ଜି କୋଫତା କରି’କୁ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରଷନ୍ତୁ।



from Odisha Reporter https://ift.tt/2PAayV1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages