
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଗହଣା ହେଉଛି ନାରୀର ଭୂଷଣ। ଅଳଙ୍କାର ବା ଗହଣା ନାରୀର ସୌନ୍ଦର୍ଯ୍ୟକୁ ଦୁଇଗୁଣା କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, କିଛି ଅଳଙ୍କାରର ମଧ୍ୟ ବିଶେଷ ଗୁଣ ରହିଛି। ସେହିପରି ସ୍ୱତନ୍ତ୍ର ଗୁଣ ଥିବା ଗହଣା ହେଉଛି ପାଉଁଜି।
ଆସନ୍ତୁ ଜାଣିବା, ନାରୀ ପାଉଁଜି ପିନ୍ଧିବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।
ଆୟୁର୍ବେଦରେ ଅଧିକାଂଶ ଧାତୁଙ୍କୁ ଔଷଧୀୟ ସାମଗ୍ରୀ ରୂପେ ଗ୍ରହଣ କରାଯାଇଛି। ପାଉଁଜି କେବଳ ଚାନ୍ଦି ଓ ରୂପାରେ ତିଆରି କରି ପିନ୍ଧିବାର ବିଧି ରହିଛି। କାରଣ ସୁନାର ପାଉଁଜି ପରିଧାନ କରିବା ଦ୍ୱାରା ମା’ ଲକ୍ଷ୍ମୀ କ୍ଷୁବ୍ଧ ହୋଇଥା’ନ୍ତି। କାରଣ ସୁନା ହେଉଛି ମା’ ଲକ୍ଷ୍ମୀଙ୍କ ଦାନ ସ୍ୱରୂପ । ଏହାକୁ ଶରୀରରେ ପରିଧାନ କରାଯାଇଥାଏ, ପାଦରେ ନୁହେଁ। ଏପରି କଲେ ଧନ ହାନି ହୋଇଥାଏ।
ବିଶ୍ୱାସ ରହିଛି ଯେ, ଯେଉଁ ଘରେ ପାଉଁଜିର ଶଦ୍ଦ ଶୁଭେ, ସେହି ଘରେ ଦେବ ଦେବୀଙ୍କର ବିଶେଷ କୃପା ରହିଥାଏ। ଏହି କାରଣରୁ ଘରେ ମହିଳାମାନେ ପାଉଁଜି ପିନ୍ଧିବା ଜରୁରୀ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପାଉଁଜିର ରୁଣୁଝୁଣୁ ଶଦ୍ଦ ଯୋଗୁ ଘରେ ନକରାତ୍ମକ ଶକ୍ତିର ପ୍ରଭାବ କମ୍ ରହିଥାଏ ଓ ସକରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଫଳରେ ଘରର ବାତାବରଣ ପବିତ୍ର ରହିଥାଏ।
from Odisha Reporter https://ift.tt/2OWkong
No comments:
Post a Comment