ବିଧବାଙ୍କୁ ହସ୍ପିଟାଲ୍‌ରେ ୪ ଯବାନଙ୍କ ଗଣଦୁଷ୍କର୍ମ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ବିଧବାଙ୍କୁ ହସ୍ପିଟାଲ୍‌ରେ ୪ ଯବାନଙ୍କ ଗଣଦୁଷ୍କର୍ମ !

ପୁଣେ: ପୁଣେର ଏକ ହସ୍ପିଟାଲ୍‌ରେ ସେନାର ୪ ଜଣ ଯବାନ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏସଂକ୍ରାନ୍ତ ଏକ ରିପୋର୍ଟ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଓ ସେନାର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

ମହିଳା ଜଣଙ୍କ ହସ୍ପିଟାଲ୍‌ରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଛି କିନ୍ତୁ ତାଙ୍କର ଜଣେ ଯୁବ ପୁଅ ଅଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ୪ ଯବାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଦୀର୍ଘ ୪ ବର୍ଷ ହେଲା ମହିଳାଙ୍କ ସହ ଏଭଳି ଗଣଦୁଷ୍କର୍ମ କରାଯାଉଥିଲା।

ପ୍ରଥମେ ଜଣେ ଯବାନ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଆଉ ଜଣେ ଯବାନଙ୍କୁ ମେସେଜ୍‌ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଦ୍ୱିତୀୟ ଯବାନ ଜଣଙ୍କ ମହିଳାଙ୍କ ପାଖରେ ପହଞ୍ଚି ଦୁଷ୍କର୍ମ କରିଥିଲେ। ଏହାପରେ ଅନ୍ୟ ୨ ଜଣ ଯବାନ ମଧ୍ୟ ସମାନ କାର୍ଯ୍ୟ କରିଥିଲେ।

ପୁଲିସ୍‌ର କହିବା ଅନୁଯାୟୀ, ୪ ଜଣ ଯବାନଙ୍କ ମଧ୍ୟରୁ ୨ ଜଣ ଦୁଷ୍କର୍ମ ବେଳର ଭିଡିଓ ଶୁଟିଂ କରି ମହିଳାଙ୍କୁ ବ୍ଲାକମେଲ୍‌ କରିଚାଲୁଥିଲେ। ଏନେଇ ମହିଳା ଜଣଙ୍କ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ହେଁ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ।



from Odisha Reporter https://ift.tt/2Af5HUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages