
ମୁମ୍ବାଇ: କରନ୍ ଜୋହର୍ଙ୍କ ନିର୍ଦ୍ଦେଶିତ ପ୍ରଥମ ବଲିଉଡ୍ ମୁଭି ‘କୁଛ୍ କୁଛ୍ ହୋତା ହୈ'(କେକେଏଚ୍ଏଚ୍) ରିଲିଜ୍ ହେବାର ୨୦ ବର୍ଷ ପୂର୍ତ୍ତି ହୋଇଛି। ନିକଟରେ କରନ୍ ଜୋହରଙ୍କୁ ‘କେକେଏଚ୍ଏଚ୍’ର ସିକ୍ୱେଲ୍ ନିର୍ମାଣର ସମ୍ଭାବନା ନେଇ ପ୍ରଶ୍ନ କରାଯାଇଥିଲା।
ତେବେ କରନ୍ ଏସମ୍ପର୍କରେ ସେପରି କିଛି ସ୍ପଷ୍ଟ ସୂଚନା ଦେଇ ନଥିଲେ। କିନ୍ତୁ ଏହା ଅବଶ୍ୟ କହିଥିଲେ ଯେ ଯଦି ସେ କେବେ ‘କେକେଏଚ୍ଏଚ୍’ର ସିକ୍ୱେଲ୍ ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତି, ତେବେ ମୂଳ ଫିଲ୍ମ୍ରେ ଶାହାରୁଖ୍, କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଭୂମିକାରେ ରଣବୀର କପୁର୍, ଆଲିଆ ଭଟ୍ଟ ଓ ଜାହ୍ନବୀ କପୁର୍ଙ୍କୁ ହିଁ ନେବେ।

‘କେକେଏଚ୍ଏଚ୍’ ସିକ୍ୱେଲ୍ର ଏହି ସମ୍ଭାବ୍ୟ ଷ୍ଟାର୍ କାଷ୍ଟିଂ ସମ୍ପର୍କରେ କିନ୍ତୁ ମୂଳ ଫିଲ୍ମ୍ର ମୁଖ୍ୟ ନାୟିକା କାଜୋଲ୍ ଖୁବ୍ ନିରାଶାଜନକ ଟିପ୍ପଣୀ ଦେଇଛନ୍ତି। କାଜୋଲ୍ କହିଛନ୍ତି ଯେ ‘କୁଛ୍ କୁଛ୍ ହୋତା ହୈ’ରେ ସେ, ଶାହାରୁଖ୍ ଓ ରାନୀ ଯେଉଁ ‘ମ୍ୟାଜିକ୍’ ସୃଷ୍ଟି କରିଥିଲେ, ରଣବୀର-ଆଲିଆ-ଜାହ୍ନବୀ ତାହାର ପୁନରାବୃତ୍ତି କରିବା ଏକପ୍ରକାର ଅସମ୍ଭବ।
ଆଉ କାଜୋଲ୍ଙ୍କ ଏପରି ଟିପ୍ପଣୀ ଉପରେ କରନ୍ଙ୍କ ପ୍ରତିକ୍ରିୟା ମିଳି ନଥିଲେ ହେଁ ଏହା ତାଙ୍କୁ ନିରାଶ କରିଥିବ ବୋଲି ଅନୁମାନ କରାଯାଉଛି।

from Odisha Reporter https://ift.tt/2NIVfrD
No comments:
Post a Comment