ହତ୍ୟା କରି ଘରକୁ ଫେରିବା ପରେ ଝିଅକୁ ପିଟି ପିଟି ମାରି ଦେଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ହତ୍ୟା କରି ଘରକୁ ଫେରିବା ପରେ ଝିଅକୁ ପିଟି ପିଟି ମାରି ଦେଲା ମା’

mother

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈକୁଣ୍ଠପୁର ଗାଁରେ ଗତକାଲି ଜଣେ ମହିଳା ଦୁଇଟି ଦୁଇଟି ହତ୍ୟାକାଣ୍ଡ ଭିଆଇଛନ୍ତି।

ପ୍ରଥମେ ସେ ଜଣେ ମହିଳାଙ୍କୁ ପୋଖରୀରେ ବୁଡ଼ାଇ ହତ୍ୟା କଲେ। ତା’ପରେ ଘରକୁ ଫେରି ନିଜର ଚାରି ମାସର ଝିଅକୁ ପିଟି ପିଟି ମାରି ଦେଲେ।

ଏହି ମହିଳାଙ୍କ ନାଁ ଲକ୍ଷ୍ମୀ ଜୁଆଙ୍ଗ। ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ମୃତକମାନେ ହେଲେ ଲକ୍ଷ୍ମୀ ଜୁଆଙ୍କ ଝିଅ ଶ୍ରାବଣୀ ଓ ଡୁମୁଣି ମୁଣ୍ଡା।

ଅଭିଯୋଗ ଅନୁଯାୟୀ, ଡୁମୁଣି ମୁଣ୍ଡା ଓ ଲକ୍ଷ୍ମୀ ଜୁଆଙ୍ଗ ଗାଁ ପୋଖରୀରେ ଗାଧୋଉଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଲକ୍ଷ୍ମୀ ଉତ୍ତ୍ୟକ୍ତ ହୋଇ ଡୁମୁଣିକୁ ପାଣିରେ ବୁଡ଼ାଇ ହତ୍ୟା କରିଥିଲେ।

ପରେ ସେ ସେଠାରୁ ରାଗ୍ ତମ୍‌ ତମ୍‌ ହୋଇ ଘରକୁ ଫେରିଥିଲେ। ଏହି ସମୟ ଲକ୍ଷ୍ମୀଙ୍କ ସାମ୍ନାରେ ପଡ଼ିଥିଲା ଝିଅ ଶ୍ରାବଣୀ। ସେ କାନ୍ଦୁ ଥିଲା। ଏହା ଦେଖି ସେ ଆହୁରି ରାଗି ଯାଇଥିଲେ ଓ ଝିଅକୁ ପିଟି ପିଟି ମାରି ଦେଇଥିଲେ।

ତା’ପରେ ଗାଁ ଲୋକେ ଲକ୍ଷ୍ମୀଙ୍କୁ ଧରି ପୁଲିସ୍ ଜିମା ଦେଇଥିଲେ।



from Odisha Reporter https://ift.tt/2BZinQl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages