ଅଜୟ ଦେବ୍‌ଗନ୍‌ଙ୍କ ସହ କାଜୋଲ୍‌ଙ୍କ ବିବାହ କେହି ବି ଚାହୁଁ ନ ଥିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଅଜୟ ଦେବ୍‌ଗନ୍‌ଙ୍କ ସହ କାଜୋଲ୍‌ଙ୍କ ବିବାହ କେହି ବି ଚାହୁଁ ନ ଥିଲେ!

ମୁମ୍ବାଇ: ଫାଇଟ୍ ମାଷ୍ଟର୍‌ ବୀରୁ ଦେବ୍‌ଗନ୍‌ଙ୍କ ପୁଅ ଅଜୟଙ୍କ ସହ ତନୁଜା ତନୟା କାଜୋଲ୍‌ଙ୍କ ବିବାହ ଖବରକୁ ବଳିଉଡ୍‌ରେ ବହୁ ଲୋକ ପ୍ରଥମେ ଗ୍ରହଣ କରି ପାରି ନଥିଲେ।

ଅଜୟ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥିବାବେଳେ କାଜୋଲ୍‌ ବେଶ୍‌ ଭାବପ୍ରବଣ ଓ ଜିଦ୍‌ଖୋର୍‌ ଥିଲେ। ଏହି କାରଣରୁ ବି’ ଟାଉନ୍‌ର କେହି ବି ଚାହୁଁ ନଥିଲେ ଯେ ଏ ଦୁହିଁଙ୍କ ମଧ୍ୟରେ ବିବାହ ହେଉ। ନିକଟରେ ନିଜେ କାଜୋଲ୍‌ ଏହି କଥା କହିଛନ୍ତି।

କାଜୋଲ୍‌ କହିଛନ୍ତି, “ଅଜୟ ଓ ତାଙ୍କ ବ୍ୟକ୍ତିତ୍ୱ ପରସ୍ପରର ବିପରୀତ। ବିବାହ ପୂର୍ବରୁ ସାମାଜିକ ବନ୍ଧୁତା କ୍ଷେତ୍ରରେ ମଧ୍ୟ ଉଭୟ ସେପରି ସମ୍ବେଦନଶୀଳ ନଥିଲେ। ତେଣୁ ଆମ ବିବାହର ସ୍ଥାୟିତ୍ୱକୁ ନେଇ ପ୍ରାୟ ଅନେକ ସନ୍ଦିହାନ ଥିଲେ। ତେବେ ଦୁଇ ପରିବାର ରାଜି ଥିବାରୁ ୧୯୯୯ ମସିହାରେ ଏହି ବିବାହ ସମ୍ଭବ ହୋଇଥିଲା।”

ତେବେ ସମସ୍ତ ଆଶଙ୍କାରେ ପୂର୍ଣ୍ଣଛେଦ ଟାଣି ବଳିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି ଆଗାମୀ ଦିନରେ ସେମାନଙ୍କ ବିବାହର ୨୦ ବର୍ଷ ପୂର୍ତ୍ତି ପାଳନ କରିବେ। ଅଜୟ ଓ କାଜୋଲ୍‌ଙ୍କୁ ବଲିଉଡ୍‌ର ଅନ୍ୟତମ ସଫଳ ଦମ୍ପତି ଭାବେ ଗଣା ଯାଉଛି।

ସୂଚନାଯୋଗ୍ୟ, ଅଭିନେତ୍ରୀ ରବିନା ଟଣ୍ଡନ୍‌ଙ୍କ ସହ ରିଲେସନ୍‌ଶିପ୍‌କୁ ବ୍ରେକ୍‌ ଅପ୍‌ କରି ଅଜୟ କାଜୋଲ୍‌ଙ୍କୁ ବିବାହ କରିଥିଲେ।



from Odisha Reporter https://ift.tt/2Ev6XXg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages