ମୁମ୍ବାଇ: ଫିଲ୍ମ ନିର୍ମାତା ବିକାଶ୍ ବହଲ୍ ତାଙ୍କ ପୂର୍ବତନ ସହଯୋଗୀ ତଥା ଫିଲ୍ମ ‘ଫ୍ୟାଣ୍ଟମ୍’ର ସାଥୀ ନିର୍ମାତା ଅନୁରାଗ କାଶ୍ୟପ ଓ ବିକ୍ରମାଦିତ୍ୟ ମୋଟ୍ୱାନେଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି। ବିକାଶ ଏହି ମୋକଦ୍ଦମା ବମ୍ବେ ହାଇକୋର୍ଟରେ ଦାୟର କରିଛନ୍ତି।
ଅନୁରାଗ ଓ ବିକ୍ରମାଦିତ୍ୟ ଗଣମାଧ୍ୟମ ଓ ସୋଶାଲ୍ ମିଡିଆରେ ତାଙ୍କ ସମ୍ପର୍କରେ କୌଣସି ପ୍ରକାର ମନ୍ତବ୍ୟ ଦେବା ଉପରେ କଟକଣା ଜାରି କରିବା ପାଇଁ ବିକାଶ ବମ୍ବେ ହାଇକୋର୍ଟଙ୍କୁ ତାଙ୍କ ଆବେଦନରେ ନିବେଦନ ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ‘ଫ୍ୟାଣ୍ଟମ୍’ର ଜଣେ ପୂର୍ବତନ ମହିଳା କର୍ମଚାରୀ ନିକଟରେ ବିକାଶ୍ ବହଲ୍ଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ।
#me too ଅଭିଯାନରେ ସଂପୃକ୍ତ ମହିଳାଙ୍କ ଏପରି ଅଭିଯୋଗକୁ ସମର୍ଥନ ଜଣାଇବା ସହ ଉଭୟ ଅନୁରାଗ ଓ ମୋଟ୍ୱାନେ ବିକାଶଙ୍କ ସମ୍ପର୍କରେ କିଛି ଅରୁଚିକର ଟିପ୍ପଣୀ ମଧ୍ୟ ଦେଇଥିଲେ।
from Odisha Reporter https://ift.tt/2R2ebDN
No comments:
Post a Comment