ମଣିଷଖିଆ ‘ସୁନ୍ଦରୀ’ ଆତଙ୍କ: ଶବ ରଖି ରାସ୍ତାରୋକ, ପୁଲିସକୁ ଢେଲାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ମଣିଷଖିଆ ‘ସୁନ୍ଦରୀ’ ଆତଙ୍କ: ଶବ ରଖି ରାସ୍ତାରୋକ, ପୁଲିସକୁ ଢେଲାମାଡ଼

angul

ଅନୁଗୋଳ (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାର ସାତକୋଶିଆରେ ଆଜି ବାଘୁଣୀ ‘ସୁନ୍ଦରୀ’ର ଆକ୍ରମଣରେ ଜଣଙ୍କର ମୃତ୍ୟୁ ଅଭିଯୋଗ ଆସିବା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକେ ମୃତକଙ୍କ ଶବ ରାସ୍ତାରେ ରଖି କାଞ୍ଜରା ମୁଣ୍ଡାସାହି ନିକଟରେ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଉପରକୁ ଢେଲାମାଡ଼ ମଧ୍ୟ କରିଛନ୍ତି। ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ମୃଦୁ ଲାଠିଚାଳନା କରିଛି।

ଅନ୍ୟପକ୍ଷରେ ମୃତକଙ୍କ ଗାଁ ଟାଇଁସିର ଗ୍ରାମବାସୀ ଏସିଏଫଙ୍କ ସମେତ ୫ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।

ସୂଚନାଯୋଗ୍ୟ, ଟାଇଁସି ଗାଁରେ ପଶି ସୁନ୍ଦରୀ ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଛି।

ମୃତକଙ୍କ ବେକରେ ଛିଦ୍ର ହୋଇଥିବା ବେଳେ ତାଙ୍କ ନିତମ୍ବରୁ ମାଂସ ଟଣା ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏହା ସୁନ୍ଦରୀର କାମ ବୋଲି ଗାଁ ଲୋକେ କହୁଛନ୍ତି। ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଗାଁ ପାଖରେ ବାଘ ଲୁଚିଥିବାର ସୂଚନା ମିଳିଛି।

ଛଅ ସାତ ଦିନ ତଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଥିଲା।

ସୁନ୍ଦରୀ କିଛି ଦିନ ଧରି ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆକୁ ଫେରିଥିଲା।

ଏହା ପୂର୍ବରୁ ସୁନ୍ଦରୀ ଦୁଇ ଥର ଜନବସତିକୁ ପଶିଥିବା ନେଇ ସୂଚନା ମିଳିଥିଲା। ସେପ୍ଟେମ୍ବର ୧୨ ତାରିଖରେ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ନେଇ ହଇଚଇ ସୃଷ୍ଟି ହୋଇଥିଲା।

ମଧ୍ୟପ୍ରଦେଶରୁ ଆସିଥିବା ମହାବଳ କାହ୍ନା ସହ ତାର ମିଳନ ହେବ ଏବଂ ସେମାନେ ଏକାଠି ରହିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ହୋଇନି। ଅନ୍ୟପକ୍ଷରେ ସୁନ୍ଦରୀ ନାଁରେ ଅଭିଯୋଗ ଲମ୍ବିବାରେ ଲାଗିଛି।



from Odisha Reporter https://ift.tt/2ODauHR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages