ରାଜଧାନୀରେ ଚାଲିଛି ଚୋରା ବନ୍ଧୁକ କାରବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ରାଜଧାନୀରେ ଚାଲିଛି ଚୋରା ବନ୍ଧୁକ କାରବାର

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ରାଜଧାନୀ ଦିନକୁ ଦିନ ଅପରାଧର ଦଲ୍‌ଦଲରେ ପଶି ଚାଲିଛି। କେତେବେଳେ ଏଠି ବନ୍ଧୁକ ଫୁଟୁଛି ତ ଆଉ କେତେ ବେଳେ ଭୁଜାଲି ବୁଲୁଛି। କିଛିଦିନ ଅନ୍ତରରେ ଏମିତି କିଛି ଖବର ରାଜଧାନୀବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ଏହା ଭିତରେ ଏବେ ଯେଉଁ କଥା ପଦାକୁ ଆସିଛି, ତାହା ରାଜଧାନୀବାସୀଙ୍କ ଛାତି ଥରାଇ ଦେବା ପରି।

ରାଜଧାନୀରେ ବେଆଇନ୍‌ ବନ୍ଧୁକ କାରବାର ବେଧଡ଼କ ଚାଲିଥିବା ଜଣାପଡ଼ିଛି। ପୁଲିସ ଯେତେ ଧରପଗଡ଼ କଲେ ମଧ୍ୟ ଚାଲିଛି ଚୋରା ବନ୍ଧୁକ କିଣାବିକା। ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳରୁ ପୁଲିସ ୨ ଜଣଙ୍କୁ ଗିରଫ କରିବା ପରେ ଏହା ସ୍ପଷ୍ଟ ହୋଇଛି।
ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ କୁଇକ୍ ଆକ୍ସନ ଟିମ୍ ତମାଣ୍ଡୋ ଅଞ୍ଚଳରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଅଫୁଟା ଗୁଳି ଜବତ କରାଯାଇଛି।

କିଛିଦିନ ଭିତରେ ଭୁବନେଶ୍ୱରରେ ଏକାଧିକ ଗୁଳିକାଣ୍ଡ ହୋଇଥିଲା। ବରମୁଣ୍ଡାରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଥିବା ବେଳେ ଟଙ୍କପାଣି କୁଆଖାଈ ନଦୀ ପଠାରେ ବି କଲେଜ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିଲା।



from Odisha Reporter https://ift.tt/2CvQlvT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages