ସାଇନାଙ୍କୁ ସଫଳତା; ଆଗକୁ ବଢ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ସାଇନାଙ୍କୁ ସଫଳତା; ଆଗକୁ ବଢ଼ିଲେ

saina12

ଓଡେନ୍ସ(ଡେନ୍‌ମାର୍କ): ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିବା ବେଳେ ଭାରତର ଅନ୍ୟତମ ଷ୍ଟାର ଖେଳାଳି ସାଇନା ନେହୱାଲ୍‌ ପ୍ରଥମ ମ୍ୟାଚ୍ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସାଇନା ହଂକଂର ଚିଅଙ୍ଗ ଙ୍ଗନ୍ ୟିଙ୍କୁ ୨୦-୨୨, ୨୧-୧୭ ଓ ୨୪-୨୨ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ବହୁତ ସଂଘର୍ଷପୂର୍ଣ୍ଣ ରହିଥିଲା ଏବଂ ୮୧ ମିନିଟ୍ ଧରି ଚାଲିଥିଲା।

ସେହିଭଳି ପୁରୁଷ ଏକକ ବର୍ଗରେ ସମୀର ବର୍ମା ଚୀନର ଶି ୟୁକିଙ୍କୁ ୨୧-୧୭, ୨୧-୧୮ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।
ମିକ୍ସଡ୍ ଡବଲ୍ସରେ ଅଶ୍ୱିନି ପୋନାପ୍ପା ଓ ଏସ୍. ରଙ୍କିରେଡ୍ଡୀ କୋରିଆ ଟିମ୍ ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ବିଶ୍ୱର ଥାର୍ଡ ସିଡେଡ୍ ଖେଳାଳି ସିନ୍ଧୁ ଅନ୍‌ସିଡେଡ୍ ଖେଳାଳି ଆମେରିକାର ବେଇୱେନ ଝାଙ୍ଗଙ୍କ ଠାରୁ ହାରି ଯାଇଛନ୍ତି। ୫୬ ମିନିଟ୍ ଧରି ଚାଲିଥିବା ଏହି ଲଢ଼େଇରେ ସିନ୍ଧୁ ୧୭-୨୧, ୨୧-୧୬ ଓ ୧୮-୨୧ରେ ହାରି ଯାଇଥିଲେ।

ସୂଚନାଯୋଗ୍ୟ, ଝାଙ୍କଙ୍କ ଠାରୁ ସିନ୍ଧୁଙ୍କର ଏହା ଲଗାତାର ତୃତୀୟ ପରାଜୟ।



from Odisha Reporter https://ift.tt/2AenZ7Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages