
ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅଫିସ୍ରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା ଘଟଣାରେ ଗଁନ୍ଦିଆ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଷଡ଼ଙ୍ଗୀ ଗାଁରେ କୃଷ୍ଣଚନ୍ଦ୍ର ପ୍ରଧାନ ନାମକ (୪୫) ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ମାରି ଦେଇଥିଲା। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗର ଷଡ଼ଙ୍ଗୀ ରେଞ୍ଜ ଅଫିସ୍ ମଧ୍ୟରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଗୋଟିଏ ବାଇକ୍ ଓ ଜେନେରେଟର୍ ପୋଡ଼ି ଦେଇଥିଲେ। ଏପରିକି ରେଞ୍ଜରଙ୍କ କ୍ୱାର୍ଟର୍ସରେ ମଧ୍ୟ ଭଙ୍ଗାରୁଜା କରିଥିଲେ।
ଗତକିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଏକ ଦନ୍ତା ହାତୀ ବାରମ୍ୱାର ଲୋକଙ୍କୁ ଆକ୍ରମଣ କରୁଛି। ହେଲେ ବନ ବିଭାଗ ଏଥିପ୍ରତି ତତ୍ପର ଦେଖାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2CLN5xH
No comments:
Post a Comment