ଗୋଟିଏ ସ୍ଥାନରେ ପତିପତ୍ନୀଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଗୋଟିଏ ସ୍ଥାନରେ ପତିପତ୍ନୀଙ୍କ ଆତ୍ମହତ୍ୟା

ତିରୁପତି (ଓଡ଼ିଶା ରିପୋର୍ଟର): ଗୋଟିଏ ସ୍ଥାନରେ ଏକ ଦମ୍ପତିଙ୍କ ଆତ୍ମହତ୍ୟା, କିନ୍ତୁ କାରଣ ଏବଂ ସମୟ ଭିନ୍ନ ଭିନ୍ନ। ପୂର୍ବକାଳରେ ପତିଙ୍କ ମୃତ୍ୟୁ ପରେ ପତ୍ନୀ ଆତ୍ମହତ୍ୟା କରିବା କଥା ପୁରାଣରେ ବର୍ଣ୍ଣିତ ଅଛି, କିନ୍ତୁ ଏକବିଂଶ ଶତାବ୍ଦୀରେ ଏଭଳି ଘଟିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ ମନେହୁଏ। 

ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ଚଳନ୍ତା ଟ୍ରେନ୍‌ ଆଗରେ ଆତ୍ମହତ୍ୟା କରିବାର ଖବର ପାଇବା ପରେ ସେହି ସ୍ଥାନରେ ହିଁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। 

ତିରୁପତି ସହରରେ ବସବାସ କରୁଥିବା ପୂର୍ବତନ ଜିଲ୍ଲା ଜଜ୍ ପି ସୁଧାକରଙ୍କ ମୃତଦେହ ରେଂଟିଗୁଡା ନିକଟସ୍ଥ ଟ୍ରେନ ଲାଇନରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ସୁଚନା ଅନୁଯାୟୀ ଶାରିରୀକ ଅସୁସ୍ଥତା କାରଣରୁ ସେ ଟ୍ରେନ ଆଗକୁ ଡେଇଁବା ଭଳି ପଦକ୍ଷେପ ନେଇଥିଲେ। ଏହି ବିଷୟରେ ଖବର ପାଇ ତାଙ୍କ ପତ୍ନୀ ପି ବରଲକ୍ଷ୍ମୀ ଘଟଣାସ୍ଥଳକୁ ଦୌଡ଼ିଥିଲେ ଏବଂ କେହି କିଛି ବୁଝିବା ଆଗରୁ ସେହି ସ୍ଥାନରେ ଅନ୍ୟ ଏକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।  



from Odisha Reporter https://ift.tt/2y3aIxH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages