
ଯାଜପୁର (ଗୋଲାମ ଗସ୍): ଜଙ୍ଗଲ ଭିତରକୁ ଟେକି ନେଇ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରୁ ଆସିଛି। ଅଭିଯୋଗ ପାଇବା ପରେ ପୁଲିସ ପୀଡ଼ିତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରିଛି।
ଅଭିଯୋଗ ଅନୁସାରେ, ଗତ ୩ ତାରିଖରୁ ଝିଅ ଘରୁ ନିଖୋଜ ହୋଇଯାଇଥିବା ସମ୍ପର୍କରେ ପୀଡ଼ିତାଙ୍କ ମା’ ଶୁକ୍ରବାର ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ ମାମଲାର ଛାନଭିନ୍ କରିବା ପରେ ପୀଡ଼ିତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଶୁକ୍ରବାର ରାତିରେ ଉଦ୍ଧାର କରିଛି।
ତେବେ ଉଦ୍ଧାର ହେବା ପରେ ନାବାଳିକା ଅଭିଯୋଗ କରିଛନ୍ତି ଯେ ଦୁଇ ଜଣ ଯୁବକ ତାକୁ ଜଙ୍ଗଲ ଭିତରକୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି। ନାବାଳିକାଙ୍କ ଏଭଳି ଚାଞ୍ଚଲ୍ୟକର ବୟାନକୁ ଆଧାର କରି ପୁଲିସ ମାମଲାରେ ଜଣେ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିବା ସହିତ ତା’ର ସହଯୋଗୀକୁ ଅଟକ ରଖିଛି।
from Odisha Reporter https://ift.tt/2O7cWGe
No comments:
Post a Comment