ଦୀପାବଳିରେ ଘର ସଜାଇବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଦୀପାବଳିରେ ଘର ସଜାଇବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବରାତ୍ରୀ ପୂଜା ଓ ରାବଣ ଦହନ ପରେ ସମସ୍ତଙ୍କ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଯାଛି। ଏହା ସହିତ ଘର ସଫା କରିବା ଏବଂ ସାଜସଜ୍ଜା କରିବା ପାଇଁ ଅନେକ ଲୋକ ଚିନ୍ତାରେ ପଡ଼ିଥାନ୍ତି।
ଦୀପାବଳି ପୂର୍ବରୁ ଅନେକ ଲୋକ ଘରେ ରଙ୍ଗ ଦେଇଥାନ୍ତି। ଯଦି ଆପଣ ଦୀପାବଳି ପୂର୍ବରୁ ଘର ସଜାଇବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହି କଥାଗୁଡିକ ଉପରେ ଧ୍ୟାନ ଦିଅନ୍ତୁ।

  • ସବୁଠାରୁ ପ୍ରଥମେ ଆପଣ କେଉଁ କାମ କରିବେ, ଏହାର ଏକ ଲିଷ୍ଟ ତିଆରି କରନ୍ତୁ। ଘରେ କେଉଁ ଡିଜାଇନ୍‌ କରିବେ ଏବଂ କେଉଁ ରୁମ୍‌ ଡେକୋରେଟ୍‌ କରିବାକୁ ଚାହୁଁଛନ୍ତି, ଏହାକୁ ମଧ୍ୟ ନୋଟ୍‌ କରନ୍ତୁ
  • ନିଜ ଖର୍ଚ୍ଚର ଏକ ବଜେଟ୍‌ ତିଆରି କରନ୍ତୁ। ପରେ ଯେପରି ଟଙ୍କାର ଅଭାବ ନ ପଡ଼େ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ନିଜ ବଜେଟ୍‌ ଅନୁଯାୟୀ ଘର ସଜାନ୍ତୁ।
  • ଘର ସଜାଇବା ସମୟରେ ଧ୍ୟାନ ରଖନ୍ତୁ, ଯେପରି ଠିକ୍‌ ଭାବରେ ସବୁ କାମ ହୁଏ। ଯଦି ଘରର କୌଣସି ଜିନିଷ ଭାଙ୍ଗିଯାଏ, ତେବେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
  • ଘର ଡେକୋରେଟ୍‌ କରିବା ପାଇଁ ଆପଣ ପୁରୁଣା ଜିନିଷରେ ମଧ୍ୟ କଲର୍‌ ଦେଇ ଏହାକୁ ନୂଆ କରି ପାରିବେ।
  • ଏହା ସହିତ ଯଦି ଆପଣ ଘରର ପରଦା ବଦଳାଇବା ପାଇଁ ଚାହୁଁଛନ୍ତି, ତେବେ ନିଜର ପୁରୁଣା ବନାରସୀ ଶାଢ଼ୀର ବ୍ୟବହାର କରିପାରିବେ।


from Odisha Reporter https://ift.tt/2Jgh4hm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages