ରାସ୍ତାରେ ପଡ଼ିଥିଲେ: ୫ ମାସ ପରେ ଘରକୁ ଫେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ରାସ୍ତାରେ ପଡ଼ିଥିଲେ: ୫ ମାସ ପରେ ଘରକୁ ଫେରିଲେ

bolangiri

ବଲାଙ୍ଗିର (ସସ୍ମିତା ସାହୁ): ୫ ମାସ ହେଲା କିଛି ଖବର ମିଳୁ ନଥିଲା। କେଉଁଠି ଥିବେ, କ’ଣ ଖାଉଥିବେ, କେମିତି ରହୁଥିବେ ଏହି ଚିନ୍ତାରେ ଘାରି ହେଉଥିଲେ ପରିବାର ଲୋକେ। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି, ଆଉ ନିଖୋଜ ବୃଦ୍ଧା ମା’ ଘରକୁ ଫେରିଛନ୍ତି।

ଏହା ହେଉଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଚମ୍ଫେଲ ଗାଁର ସେନ୍ଦ୍ରିଙ୍କ ଦୁଃଖ ଭରା କାହାଣୀ।

ଗତ ୧୬ ତାରିଖରେ ବଲାଙ୍ଗିରର ମାଧିଆପାଲି ରାସ୍ତା କଡ଼ରୁ ଜଣେ ଅସହାୟ ବୃଦ୍ଧା ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଦେଖିବା ପରେ ଅଞ୍ଚଳର କିଛି ସ୍ୱେଚ୍ଛାସେବୀଙ୍କୁ ଖବର ଦେଇଥିଲେ। ସ୍ୱେଚ୍ଛାସେବୀମାନେ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏହାପରେ ବୃଦ୍ଧାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ସେ ସୁସ୍ଥ ହେବା ପରେ ନିଜ ନାଁ ସେନ୍ଦ୍ରି ବୋଲି କହିଥିଲେ। ଏହାସହ ସେ ନିଜ ଘରର ଠିକଣା ଦେଇଥିଲେ।

ଠିକଣା ମିଳିବା ପରେ ସ୍ୱେଚ୍ଛାସେବୀମାନେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ପରିବାର ଲୋକେ ଆସି ମେଡିକାଲ କଲେଜ ହସ୍ପିଟାଲରେ ପହଞ୍ଚି ଥିଲେ।

ପରିବାର ଲୋକଙ୍କ କହିବା ଅନୁସାରେ ଗତ ୫ ମାସ ହେବ ସେନ୍ଦ୍ରି କେଉଁ ଆଡ଼େ ଚାଲି ଯାଇଥିଲେ। ବହୁତ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଖୋଜ ଖବର ମିଳିନଥିଲା।

ଏବେ ସେନ୍ଦ୍ରି ମିଳି ଯାଇଥିବାରୁ ପରିବାର ଲୋକେ ଆତ୍ମବିଭୋର ହୋଇଯାଇଛନ୍ତି। ସେମାନେ ମହିଳାଙ୍କ ଜୀବନ ବଞ୍ଚାଇ ଥିବାରୁ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଘରକୁ ନେଇଯାଇଛନ୍ତି।



from Odisha Reporter https://ift.tt/2PVSVPX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages