
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ‘ତିତ୍ଲି’। ଏଥିପାଇଁ ସତର୍କତା ଅବଲମ୍ୱନ କରିଛି ରେଳ ବିଭାଗ। ଯାତ୍ରୀ ଓ ଟ୍ରେନ୍ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍ରୁ ବିଜୟନଗ୍ରମ ମଧ୍ୟରେ କୌଣସି ଟ୍ରେନ୍ ଚଳାଚଳ କରିବନାହିଁ। କିଛି ଟ୍ରେନ୍ର ଗତିପଥ ପଦଳାଇଥିବା ବେଳେ ଆଉ କିଛି ଟ୍ରେନ୍କୁ ବାତିଲ୍ କରାଯାଇଛି। ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ୍ ଏକ୍ସପ୍ରେସ୍ ଟ୍ରେନ୍ର ଗତିପଥ ପଦଳିଥିବା ବେଳେ ପ୍ରଶାନ୍ତି ଓ ବିଶାଖ ଏକ୍ସପ୍ରେସ୍ର ଆସନ୍ତାକାଲିର ଯାତ୍ରା ବାତିଲ୍ କରାଯାଇଛି।
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଛାଡ଼ୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ର ଗତିପଥ ବଦଳାଯାଇଛି। ଏହି ଟ୍ରେନ୍ ଭାୟା ସମ୍ୱଲପୁର ଦେଇ ଜଗଦଲପୁର ଯିବ। ହୀରାଖଣ୍ଡ ଟ୍ରେନ୍ ସମ୍ୱଲପୁରରୁ ରାୟଗଡ଼ା ଦେଇ ଜଗଦଲପୁର ଯିବ।
ହାୱାଡ଼ା-ସିକନ୍ଦରାବାଦ୍ ଇଷ୍ଟକୋଷ୍ଟ୍ ଏକ୍ସପ୍ରେସ୍ ଆଜି ଭୁବନେଶ୍ୱର ପର୍ଯ୍ୟନ୍ତ ଆସିବ। ଏଠାରୁ ସମ୍ୱଲପୁର, ଟିଟିଲାଗଡ଼, ରାୟଗଡ଼ା ଦେଇ ବିଜୟନଗ୍ରମ ଓ ବିଶାଖାପାଟନମ୍ ପର୍ଯ୍ୟନ୍ତ ଯିବ।
ଆସନ୍ତାକାଲି ସକାଳେ ଆସୁଥିବା କୋଣାର୍କ ଏକ୍ସପ୍ରେସ୍ ଓ ତିରୁପତି-ପୁରୀ ଏକ୍ସପ୍ରେସ୍ ବିଶାଖାପାଟନମ୍ ପର୍ଯ୍ୟନ୍ତ ଆସିବ। ଏହି ଦୁଇଟି ଯାକ ଟ୍ରେନ୍ ଭୁବନେଶ୍ୱର ଆସିବ ନାହିଁ। ଏଥିପାଇଁ ବିଶାଖାପାଟନମ୍ ଷ୍ଟେନ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆସନ୍ତାକାଲି କୋଣାର୍କ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ଛାଡ଼ିବ ନାହିଁ। ଏହି ଟ୍ରେନ୍ ବିଶାଖାପାଟନମ୍ରୁ ଛାଡ଼ିବ। ସେହିପରି ପୁରୀ-ତିରୁପତି ଏକ୍ସପ୍ରେସ୍ ବିଶାଖାପାଟନମ୍ରୁ ମଧ୍ୟ ଚଳାଚଳ କରିବ। ସକାଳେ ପରିସ୍ଥିତିକୁ ଲକ୍ଷ୍ୟ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିପ୍ରକାଶ ମିଶ୍ର କହିଛନ୍ତି।
from Odisha Reporter https://ift.tt/2NzAVZz
No comments:
Post a Comment