ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପନେଇ ମାଡ଼ି ଆସୁଛି ତିତ୍‌ଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପନେଇ ମାଡ଼ି ଆସୁଛି ତିତ୍‌ଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବାତ୍ୟା  ତିତ୍‌ଲି ଶେଷରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇ ସାରିଛି। ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରୁଛି। ଏହା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଅଭିମୁଖେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି। ବର୍ତ୍ତମାନ ଏହି ତିତ୍‌ଲିର ଗତିବିଧି ଉପକୂଳ ତଥା ବିଶାଖାପଟନମ, ଗୋପାଳପୁର, ପାରାଦୀପ୍‌ରେ ଥିବା ଡପ୍‌ଲର ରାଡାର ନଜରକୁ ଆସିଯାଇଛି। ବାତ୍ୟାର ଗତିବିଧି ସମ୍ପର୍କରେ ରାଡାର ମାଧ୍ୟମରେ ନିରୀକ୍ଷଣ କରାଯାଉଛି।

ବର୍ତ୍ତମାନ ‘ତିତଲି’ ଗୋପାଳପୁରଠାରୁ ୨୩୦ ଏବଂ କଳିଙ୍ଗପଟନମ୍‌ ଠାରୁ ୧୯୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଭୟଙ୍କର ହୋଇପାରେ। ଏହି ବାତ୍ୟା ଆସନ୍ତାକାଲି ଗୋପାଳପୁର ଏବଂ କଳିଙ୍ଗପଟନମ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତଏହାପରେ ବାତ୍ୟା କ୍ରମଶଃ  ଦୁର୍ବଳ ହୋଇ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଛୁଇଁପାରେ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି।ବ

ଏହାର ପ୍ରଭାବରେ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୪୦ରୁ ୧୫୦ ଓ  ଅତିବେଶୀରେ ୧୬୦ କିମି ପର୍ଯ୍ୟନ୍ତ ରହିପାରେ। ଏହାର ପ୍ରଭାବରେ  ଆନ୍ଧ୍ରର ବିଶାଖାପାଟନମ, ବିଜୟନଗରମ୍‌, ଶ୍ରୀକାକୁଲମ ଏବଂ ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲା ପ୍ରତି ଅଧିକ ବିପଦ ରହିଛି।

ସେହିପରି ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ୧ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିବ। ସେଥିପାଇଁ  ସମସ୍ତ ବନ୍ଦରଗୁଡ଼ିକରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି।



from Odisha Reporter https://ift.tt/2PoOCfy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages