
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ଭାବେ ନିଜର ରୂପ ବଦଳାଉଛି ତିତ୍ଲି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍ର ରୂପ ନେବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକରେ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ବେଳକୁ ବେଳ ତିତ୍ଲି ଉଗ୍ର ହେଉଥିବାରୁ ବାୟୁସେନା ଓ ନୌସେନକୁ ଅବଗତ କରାଯାଇଛି। ଯେକୌଣସି ସମୟରେ ଏମାନଙ୍କ ସାହାଯ୍ୟ ନିଆଯାଇପାରେ।
ସେହିପରି ଉପକୂଳ ଜିଲ୍ଲାଗୁଡିକରେ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ଟିମ୍ ଯାଇ ପହଞ୍ଚିଛନ୍ତି।
ଉପକୂଳ ଜିଲ୍ଲାରେ ବନ୍ୟା ଅଶାଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏହିସବୁ ଜିଲ୍ଲାରେ ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
from Odisha Reporter https://ift.tt/2ywquQS
No comments:
Post a Comment